ବିରଳ କଇଁଛ ଜବତ khabar odisha :03/03/2024 Share story: ଜବତ ହୋଇଛି ୩୫୧ ବିରଳ କଇଁଛ । କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରୁ ଡିଆରଆଇ ଏହି କଇଁଛ କୁ ଜବତ କରିଛି ।ସୂଚନା ଅନୁସାରେ ୩୫୧ ଟି କଇଁଛ ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚୋରା ଚାଲାଣ କରାଯାଉଥିଲା । ଏହି ସମୟରେ ଡିଆରଆଇ ଖବର ପାଇ କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଛକି ରହିଥିଲା । ଏବଂ ଟାଟା ଟିଆଗୋ କାରରେ ତିିନି ଜଣ ବ୍ୟବସାୟୀ କଇଁଛ ଗୁଡିକ ନେଇ ଯାଉଥିବା ବେଳେ ଡିଆରଆଇ ସେମାନଙ୍କୁ ଧରିଥିଲା । ତେବେ ଚୋରା ଚାଲାଣ ବେଳେ ୩ ଜଣ ବ୍ୟବସାୟୀଙ୍କୁ ଡିଆରଆଇ ଗିରଫ କରିବା ସହ ଘଟଣାରେ ତିନି ଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ଏବଂ ଉଦ୍ଧାର କଇଁଛ କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ : ଶିମିଳିପାଳରେ ଲାଗିବ AI କ୍ୟାମେରା Turtle Odisha Henilprava Swain, Author, 03/03/2024