ଫେବୃଆରୀ ମାସରୁ ରାଜ୍ୟରେ ଅସହ୍ୟ ତାତି ହେବାରେ ଲାଗିଛି । ମାଘ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ବଢ଼ିବାରେ ଲାଗିଛି । ଯାହାଫଳରେ ରାଜ୍ୟବାସୀ ହନ୍ତସନ୍ତ ମଧ୍ୟ ହେଉଛନ୍ତି । ତାତି ବଢ଼ୁଥିବାରୁ ଜଙ୍ଗଲରେ ନିଆଁ ଲାଗିବା ବନବିଭାଗ କର୍ମଚାରୀଙ୍କ ଚିନ୍ତାର କାରଣ ପାଲଟିଛି ।
ସୂଚନା ଅନୁସାରେ, ସାଧାରଣତଃ ଖରା ଦିନେ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥାଏ । ସେଥିପାଇଁ ମୟୁରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବାର ଭୟ ରହିଛି । ଯାହାପ୍ରଭାବରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ଯିବାସହିତ ବହୁ କ୍ଷୟକ୍ଷତି ହୋଇଥାଏ । ସେଥିପାଇଁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବାର ସୂଚନା ଦେବାପାଇଁ ଅତ୍ୟାଧୁନିକ AI ଟେକ୍ନୋଲୋଜିର ବ୍ୟବହାର କରାଯିବ । ନିଆଁ ଲାଗିଲେ ତୁରନ୍ତ ଏହି ଖବର କଣ୍ଟ୍ରୋଲ ରୁମକୁ ପଠାଯିବ ଯାହାଫଳରେ ବନ ବିଭାଗ କର୍ମଚାରୀ ତୁରନ୍ତ ପଦକ୍ଷେପ ନେବେ । ଶିମିଳିପାଳରେ ନିଆଁ ଲାଗିଲେ ଅତ୍ୟାଧୁନିକ ପ୍ରଣାଳୀରେ ନିଆଁ ଲିଭାଇବା ପାଇଁ ଡ୍ରୋନ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ୬ରୁ ଆରମ୍ଭ ହେବ ହାତୀଙ୍କ ପାଠପଢା