୬ରୁ ଆରମ୍ଭ ହେବ ହାତୀଙ୍କ ପାଠପଢା । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳାରେ ଆରମ୍ଭ ହେବ ପାଠପଢା । ହାତୀଙ୍କୁ ତାଲିମ ଦେବା ଲାଗି ମାହୁନ୍ତଙ୍କ ସମେତ ଆସାମ୍ର ୨ ଜଣ ଦକ୍ଷ ଟ୍ରେନର୍ ଆସି ପହଞ୍ଚିଛନ୍ତି । ସେମାନେ ହାତୀମାନଙ୍କୁ କୁମାରଖୁଣ୍ଟି ପାଠଶାଳାରେ ତାଲିମ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଯାଇଛି ।
ସୂଚନା ଅନୁଯାୟୀ,ପାଠଶାଳାରେ ହାତୀମାନଙ୍କ ପାଠ ପଢା ପାଇଁ ଦିନେ ଦୁଇ ଦିନ ଭିତରେ କୁମାରଖୁଣ୍ଟିରେ ୭ ହାତୀଛୁଆ ଆସି ପହଂଚିବେ । ଢେଙ୍କନାଳ କପିଲାସରେ ତିବା କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମା ଓ ସିବାଙ୍କୁ ଚନ୍ଦକା କୁମାରଖୁଣ୍ଟି ପାଠଶାଳାକୁ ଅଣାଯାଉଥିବା ସୂଚନା ମିଳିଛି । ଏଥିସହ ନନ୍ଦନକାନନରୁ ମାମା ଏବଂ ଶିମିଳିପାଳରୁୁ ଜଗନ୍ନାଥ ଆଦି ୭ଟି ଛୁଆ ହାତୀଙ୍କୁ ଏହି ପାଠଶାଳାରେ ତାଲିମ ଦିଆଯିବ ।
ପ୍ରଶିକ୍ଷଣ ପରେ ତାଲିମପ୍ରାପ୍ତ ହାତୀଙ୍କୁ ଜଙ୍ଗଲ ଜଗିବାରେ ନିୟୋଜିତ କରାଯିବ । ଜଙ୍ଗଲ ଜଗିବା ସହ ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବୁଲାଇବେ । ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେଇପାରିବେ। ତେବେ କୁମାର ଖୁଣ୍ଟିରେ ତିଆରି ହୋଇଥିବା ପାଠଶାଳାରେ ୫ଟି ଏନକ୍ଲୋଜର୍ ନିର୍ମାଣ ଶେଷ ହୋଇଛି ଯାହା ପ୍ରାୟ ୫୦ ହେକ୍ଟର ଜମିରେ ତଆରି କରାଯାଇଛି । ହାତୀମାନଙ୍କୁ ତାଲିମ ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ :ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ