ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ । ପାରଳାଖେମୁଣ୍ଡି ଚିକିତ୍ସାଳୟ ରୁପାନ୍ତକରଣ ହେଉଛି ମାତ୍ର ଡାକ୍ତର ନାହାନ୍ତି । ଏଥିପାଇଁ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ମାଳ ମାଳ ଯୋଜନା କରିବାର ଖାଲି ଆଶା ଦେଖାଉଛନ୍ତି । ହେଲେ ସମସ୍ତ ଯୋଜନା ଅଧାରେ ହିଁ ରହୁଛି । ନିର୍ବାଚନ ପୂର୍ବରୁ ରାଜ୍ୟର କିଛି ସ୍ଥନରେ ଡାକ୍ତରଖାନା ରୁପାନ୍ତକରଣ କରାଯାଉଛି ସତ କିନ୍ତୁ ସେଠାରେ ଡାକ୍ତର ନାହାନ୍ତି । ଏହା ହିଁ ହେଉଛି ରାଜ୍ୟ ସରକାରଙ୍କ ବ୍ୟବସ୍ଥା ।
ଏଥିପାଇଁ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଚିକିତ୍ସାଳୟ ରୁପାନ୍ତକରଣ କରାଯାଉଥିଲେ ମଧ୍ୟ ଡାକ୍ତର ନାହାନ୍ତି । ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ନଗର ସଭାପତି କହିଛନ୍ତି ଯେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ୧୦୯ ଡକ୍ଟର ରହିବା କଥା କିନ୍ତୁ ମାତ୍ର ୩୩ ଜଣ ଡାକ୍ତରଙ୍କ ଦ୍ଵାରା ପରିଚାଳିତ ହୋଉଛି ସେଥିମଧ୍ୟରୁ ୭୬ ଟି ପଦବି ଖାଲି ରହିଛି । ଖାଲି ଚିକିତ୍ସାଳୟ ରୁପାନ୍ତକରଣ କରି ରାଜ୍ୟର ଉନ୍ନତି କରଣ ବିଷୟରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର।
ସେହିପରି କିଛି ଦିନ ତଳେ ୬କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ଯେଉଁ ରୁପାନ୍ତ କରଣ କାର୍ଯ୍ୟ କରିଥିବା କଥା କହୁଛନ୍ତି । ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ। ସାଧାରଣ ଲୋକଙ୍କୁ ଭଣ୍ଡାଉଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉ ବୋଲି କଂଗ୍ରେସ କାର୍ଯ୍ୟଳୟ ଠାରେ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।
ଅଧିକ ପଢନ୍ତୁ :ଭିଜିଲାନ୍ସ ଜାଲରେ ଧରା ପଡିଲେ ଲାଞ୍ଚୁଆ ଏଏସ୍ଆଇ