ଭିଜିଲାନ୍ସ ଜାଲରେ ଧରା ପଡିଲେ ଲାଞ୍ଚୁଆ ଏଏସ୍ଆଇ। ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସ୍ଆଇ ଆଲୋକ କୁମାର ଷଡ଼ଙ୍ଗୀ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଅନ୍ତର୍ଗତ ଭଦ୍ରେଶ୍ୱର ଥାନାରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେଥିରେ ତାଙ୍କୁ ସହଯୋଗ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଥାନା ଅଧିକାରୀ। ସେଥିପାଇଁ ସେହି ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ତେବେ ଯୋଜନା ମୁତାବକ ଅଭିଯୋଗକାରୀ ଥାନା ଅଧିକାରୀଙ୍କୁ ୮ ହଜାର ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଥିଲେ। ତାଙ୍କଠାରୁ ସମସ୍ତ ଅର୍ଥ ଜବତ କରାଯିବା ପରେ ଏଏସ୍ଆଇଙ୍କ ଦୁଇଟି ଠିକଣାରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତେବେ ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।
ଅଧିକ ପଢନ୍ତୁ: ବିଜେପି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ମିଶ୍ରଣ ପର୍ବ