ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ମିଶ୍ରଣ ପର୍ବ। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ. ନାରାୟଣ ରାଓଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ଦଳରୁ ପ୍ରାୟ ୩୦ ଜଣରୁ ଉର୍ଦ୍ଧ ଯୁବକ ବିଜେପି ଦଳରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଜନାଭିମୁଖି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପାରଳାଖେମୁଣ୍ଡି ସହରର ବିଭିନ୍ନ ୱାର୍ଡରୁ ଏହି ଯୁବକମାନେ ଦଳରେ ଯୋଗ ଦେଇଥିବା ମତବ୍ୟକ୍ତ କରିଛନ୍ତି।
ଜିଲ୍ଲା ବିଜେପି ସଭାପତି ତଥା ବିଧାୟକଙ୍କ ସହ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ଉପସ୍ଥିତିରେ ମୁଖଲିଙ୍ଗ ପାଟିକା,ଦାମୋଦର ପାଲକା, ମହେନ୍ଦ୍ର ପାଟିକା, ଜିତେନ୍ କୁମାର, ଗୋବିନ୍ଦ ମହାଙ୍କୁଡ଼, ସୁରେଶ ପାଢ଼ୀ ପ୍ରମୁଖ ଦଳରେ ସାମିଲ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ମୋର୍ଚ୍ଚା ନଗର ସଭାପତି ଦିବାକର, ଉପ ସଭାପତି ଯାକେଶ ଶ୍ରୀରାମ, ସାଧାରଣ ସମ୍ପାଦକ ରାଜୀବ ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ସେହିପରି ସଭାପତି ଦଳରେ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସନ୍ତୋଷ ଜେନା ଓ ଆକାଶ ପରିଡ଼ାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିବା ନେଇ ଏକ ସାମ୍ବାଦିକ ବିବରଣୀରେ ଦଳ ପକ୍ଷରୁ ପ୍ରକାଶ ପାଇଛି।
ଅଧିକ ପଢନ୍ତୁ: ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ ଶୁଭାରମ୍ଭ କଲେ ମୋଦି