ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠକୁ ଅବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଏହି ଅବସରରେ ପୁରୀ ବେଳାଭୂମିରେ ପବିତ୍ର ଜନ୍ମାଷ୍ଟମୀ ପାଇଁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଖି ଝଲସିଲା ଭଳି ବାଲୁକାକୃତି ଗଢ଼ିଛନ୍ତି । ପ୍ରାୟ ୧୫ ଟନ ବାଲିରେ ୧୦ ଫୁଟ ଉଚ୍ଚ ଓ ୮ଫୁଟ ଲମ୍ବରବାଲୁକା କଳାରେ ପୃଥିବୀର ଆକୃତି ମଧ୍ୟରେ ଏକ ଟୋକେଇରେ ବାଳୁତ କୃଷ୍ଣଙ୍କ ଶୟନ ମୁଦ୍ରାର ରଙ୍ଗୀନ ଚିତ୍ର ଆଙ୍କିଛନ୍ତି ଶିଳ୍ପୀ ସୁଦର୍ଶନ ।
କଳାଟି ଖୁବ ହୃଦୟସ୍ପର୍ଶୀ ଓ ଆକର୍ଷଣୀୟ ହୋଇଥିବା ବେଳେ ପିତା ବସୁଦେବ ବାଳୁତ କୃଷ୍ଣଙ୍କୁ ନେଇ ଯମୁନା ପାରି ହେବା ବେଳର ଦୃଶ୍ୟକୁ ମନ ଭିତରେ ଆଙ୍କି ଦେଉଛି । ଏହାକୁ ଦେଖିବାପରେ ଖୁବ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା । ତେବେ ଏହି ବାଲୁକାକଳା ଦେଖିବାକୁ ବେଳା ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି ।
ଆଜି ପବିତ୍ର ଜନ୍ମାଷ୍ଟମୀ