ଭୁବନେଶ୍ୱର : ଆସନ୍ତାକାଲିଠୁ ବନ୍ଦ ରହିବ ଓଡିଶାର ସବୁ ସରକାରୀ ଓ ବେସରକାରୀ ସ୍କୁଲ, କଲେଜସ୍କୁଲ । ରାଜ୍ୟରେ କାଲିଠୁ ସ୍କୁଲ ଛୁଟି ନେଇ ବଡ ଘୋଷଣା କଲେ ରାଜ୍ଯ ସରକାର ।
ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ । ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ମଧ୍ଯ ବନ୍ଦ ରହିବ କିନ୍ତୁ ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି ।
ସେହିପରି ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।