କେନ୍ଦ୍ରାପଡ଼ାରେ ପୁଣି ଲଜ୍ଜା। ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ସ୍କୁଲ କିରାଣୀ। କେନ୍ଦ୍ରାପଡା ସଦର ଥାନା ଅଂଚଳରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା।
ସୂଚନା ଅନୁଯାୟୀ ସମୃକ୍ତ ବ୍ୟକ୍ତି ଜଣକ ହେଲେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର କିରାଣୀ ରମେଶ ଚନ୍ଦ୍ର ରାଉତ । ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ କେନ୍ଦ୍ରାପଡ଼ାର ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ରେ ପାଠ ପଢ଼ୁଥିବା ବେଳେ, ସେ ଗତ ୧୫ ତାରିଖ ସନ୍ଧ୍ୟାରେ ସନ୍ଧ୍ୟାରେ ଟିଉସନରୁ ଘରକୁ ଫେରୁଥିଲେ। ତେବେ ଏହି ସମୟରେ ଛାତ୍ରୀ ଜଣକୁ ଏକୁଟିଆ ଦେଖି ତାଙ୍କ ସହ ଅସଦାଚରଣ କରିବା ସହ ଟଣାଓଟରା କରିଥିଲା କିରାଣୀ ରମେଶ । ଏପରିକି ପୂର୍ବରୁ ଉକ୍ତ କିରାଣୀ ଙ୍କ ନାମରେ ଏହିଭଳି ଦୁଇ ଦୁଇ ଟି ଅସଦାଚରଣ ର ସଂଗୀନ ଅଭିଯୋଗ ବି ସାମ୍ନାକୁ ଆସିଛି।ତେବେ କିରାଣୀ ରମେଶ ଙ୍କୁ ପୋକ୍ସୋ ଆଇନ ଅନୁଯାଇ ଗିରଫ କରି କୋର୍ଟ ସଦର ଥାନା ପୋଲିସ ଚାଲାଣ କରିଛି ।