ଜଗତସିଂହପୁର : ନିଶା ନିବାରଣ କେନ୍ଦ୍ରକୁ ନେବା ବେଳେ ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଥାନା ଅନ୍ତର୍ଗତ ଯଅଁକୋଠି ଗାଁର ଆଶୁତୋଷ ବିଶ୍ୱାଳ। ତାଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି ପୁଲିସ ଜବତ କରିଛି। ଏପରିକି ଆଶୁତୋଷଙ୍କୁ ନିଶାସକ୍ତ ଅବସ୍ଥାରେ ପୋଲିସ କାବୁ କରିଥିଲା।
ସୂଚନାରୁ ଜଣାପଡିଛି ଯେ ଆଶୁତୋଷ ବିଶ୍ୱାଳ ନିୟମିତ ନିଶା ସେବନ କରେ। ତେଣୁ ତାଙ୍କ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ପଠାଇବା ପାଇଁ କେନ୍ଦ୍ରର ଲୋକ ମାନଙ୍କୁ ଡାକିଥିଲେ। ତେଣୁ ଆଶୁତୋଷକୁ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ନେବାକୁ ଆସିଥିଲେ। ଏହି ସମୟରେ ଆଶୁତୋଷ ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଶୁତୋଷଙ୍କୁ ଗିରଫ କରିବା ସହ ବନ୍ଧୁକ ଏବଂ ଗୁଳି ଜବତ କରିଛି।