ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଜାତୀୟ ସୁରକ୍ଷା ଦଳ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଏହା ଥିଲା ତାଙ୍କର ରୁଟିନ୍ ଯାଞ୍ଚ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ମଧ୍ୟ ହୋଇଛି । ଏହାସହିତ ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଏହି କେନ୍ଦ୍ରୀୟ ସୁରକ୍ଷା ଟିମ୍ । ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହିଥିବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟରେ ସାଂପ୍ରତିକ ପରିସ୍ଥିତିରେ ଭାରତ ପାକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଏନ୍ ସି ଜିର ଏହି ଯାଞ୍ଚ ପ୍ରକ୍ରିୟା ଗୁରୁତ୍ଵ ବହନ କରୁଛି । ଶ୍ରୀମନ୍ଦିର ସୁରକ୍ଷାରେ ବର୍ତ୍ତମାନ ୧୨ ପ୍ଲାଟୁନ ଫୋର୍ସ ରହିଛନ୍ତି । HHMD ମେସିନ ଓ DFMD ମେସିନ ମାଧ୍ୟମରେ ସୁରକ୍ଷା ଯାଞ୍ଚ ହେଉଛି । ସ୍ବତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ ହୋଇଛନ୍ତି ।