ଚାରିଆଡ ଲାଇଟ୍ ଗେଟ୍ ଓ ଆକର୍ଷଣୀୟ ସାଜସଜ୍ଜା
ସାରା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଆବାହନ । । ଆଜି ପୀଠରେ ମା’ଙ୍କର ମହାନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଅନୁଷ୍ଠିତ ହେଉଛି ମହା ଅଷ୍ଟମୀ । ସମସ୍ତ ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଉ ଏହାରି ମଧ୍ୟରେ ଲୋକଙ୍କୁ ଆକୃଷ୍ଟ କରୁଛି ସୁସଜ୍ଜିତ ମେଢ଼ ସହିତ ସୁଉଚ୍ଚ ତୋରଣ । କେଉଁଠି ସୁନାର ମେଢ଼ତ ଆଉ କେଉଁଠି ଚାନ୍ଦିର ମେଢ଼, ଆକାଶକୁ ଛୁଇଁଲା ଭଳି ହୋଇଛି ତୋରଣ । ଆଉ ସନ୍ଧ୍ୟା ହେଲେ ବଢୁଛି ଭିଡ଼, ଜାମ୍ ହେଉଛି ରାସ୍ତାଘାଟ । ତା ସହିତ ଜମୁଛି ଦଶହରା ପୂଜା ବଜାର ।
ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣର କେନ୍ଦ୍ର ପାଲଟିଛି ମା’ଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସୁନା, ରୁପା ମେଢ଼ । ସୁନା ଓ ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୂଜା । ମାଙ୍କ ଦର୍ଶନ ପାଇଁ ସବୁଠି ଲାଗିଛି ଭକ୍ତଙ୍କ ଗହଳି । ମା’ଙ୍କ ପାଖରେ ଲାଗି ହୋଇଛି ପଣା ଭୋଗ ଲାଗେ, କୁହାଯାଏରେ ସଜା ହୋଇଛି ଗେଟ୍, ଆକର୍ଷଣୀୟ ସାଜସଜ୍ଜା ପୂଜାକୁ ଶୋଭା ବଢ଼ାଉଛି । ମା’ଙ୍କ ପ୍ରସାଦ ମଧ୍ୟରେ ପଣା ଭୋଗ ହେଉଛି ମୁଖ୍ୟ । ସେହିପରି ଭୁବନେଶ୍ୱରରେ ବେଶ ଆକର୍ଷଣୀୟ ହୋଇଛି ସୁଉଚ୍ଚ ତୋରଣ। ବାହାର ଓ ଭିତର କାରୁକାର୍ଯ୍ୟ ଆଖି ଝଲସିଲା ଭଳି ହୋଇଛି । ବିଭିନ୍ନ ଥିମକୁ ନେଇ ତୋରଣ ନିର୍ମାଣ କରିଛନ୍ତି ପୂଜା କମିଟି । ଯାହା ଦର୍ଶକଙ୍କୁ ବିମୋହିତ କରୁଛି । ତା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ମାଳା
ସେପଟେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନା ବଜାର ଲୋକଙ୍କ ଉସ୍ଚାହକୁ ଦ୍ୱିଗୁଣିତ କରୁଛି । ଭଳିକି ଭଳି ଖାଦ୍ୟ ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ରାତି ଅଧ ଯାଏଁ ଚାଲୁଛି ପୂଜା ବୁଲା । ଲୋକଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।