ନ୍ୟୁଡ଼୍ କଲ୍ ଠକେଇ ହେଲେ ତୁରନ୍ତ ଜଣାନ୍ତୁ,ନାମ ଗୋପନ ରଖି ସମସ୍ୟାର ହେବ ସମାଧାନ :ଡ଼ିସିପି
Khabar Odisha:Report-nude-call-fraud-immediately-anonymity-problem-Report-nude-call-fraud-immediately-anonymity-problem-will-be-solved--DCP-Solution--DCP
ଭୁବନେଶ୍ବର, ଅଗଷ୍ଟ ୦୩ (ଖବର ଓଡ଼ିଶା):

ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡ଼ିସିପି । ଏବେ ମୁଖ୍ୟତଃ ୩ ପ୍ରକାର ଠକେଇ ହେଉଥିବା କହିଛନ୍ତି ଡ଼ିସିପି ପ୍ରତୀକ ସିଂ । ମୁଖ୍ୟତଃ ଓଲେକ୍ସରେ  ଜିନିଷ ବିକ୍ରି ,ନ୍ୟୁଡ଼୍ କଲ୍ ଓ ବିଦ୍ୟୁତ୍ ବିଲ୍ ନେଇ ବେଶି ଠକେଇ ହେଉଥିଲେ ବି ଅଭିଯୋଗ ଆସୁଛି ।

ହେଲେ ନ୍ୟୁଡ଼୍ କଲ୍ ଠକେଇ ନେଇ ଥାନାକୁ କୌଣସି ପ୍ରକାର ଲୋକ ଅଭିଯୋଗ ନେଇ ଆସୁନାହାନ୍ତି । ଲୋକ ଲଜ୍ୟ।।କୁ ଅଧିକ ଗୁରୁତ୍ୱ ଦେଇ ଥାନାକୁ ଆସୁ ନାହାନ୍ତି ଯାହାଫଳରେ ଅଧିକ ସାଇବର ଠକେଇର ଶିକାର ହେଉଛନ୍ତି ।

ତେଣୁ କୌଣସି ବ୍ୟକ୍ତି ସାଇବର ର ଠକେଇ ହେଲେ ତୁରନ୍ତ ସାଇବର ଥାନାକୁ ଆସନ୍ତୁ ବୋଲି କହିଛନ୍ତି । ଏହା ସହ ସେମାନଙ୍କ ପରିଚୟ ସମ୍ପୁର୍ଣ୍ଣ ଗୋପନ ରଖାଯିବ ଏବଂ ତାଙ୍କର ସମସ୍ୟାର ସମାଧାନ କରିବା ନେଇ ମଧ୍ୟ କହିଛନ୍ତି ।

ଏହା ଛଡ଼ା ସୋସିଆଲ ମିଡ଼ିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।  

  • Tags:

Subscribe

National International State Sports Entertainment