ସମ୍ବଲପୁର: ଓଡ଼ିଶାର ସୁନାମଧନ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ ଘଟିଛି। ସମ୍ବଲପୁର ଭୁତପଡାସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଡାକ୍ତର ନାରାୟଣୀ ପଣ୍ଡା। ବୟସାଧିକ କାରଣରୁ ସେ ଦୀର୍ଘଦିନରୁ ଅସୁସ୍ଥ ରହୁଥିଲେ। ବାଥରୁମରେ ପଡି ଯାଇଥିବା ହେତୁ ତାଙ୍କର ଅଣ୍ଟାର ହାଡ ଭାଙ୍ଗି ଯାଇଥିଲା। ଗତକାଲି ରାତିରେ ସେ ଖାଇ ସାରି ଶୋଇଥିଲେ। ହେଲେ ଆଉ ଉଠି ନ ଥିଲେ। ଆଜି ସକାଳ ୮ଟା ୪୫ରେ ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କର ମୃତ୍ୟୁ ପରେ ସମ୍ବଲପୁରରେ ଶୋକର ଛାୟା ଖେଳି ଯାଇଛି। ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ଥିଲେ ଡାକ୍ତର ନାରାୟଣୀ ପଣ୍ଡା। ମୃତ୍ୟୁ ପୂର୍ବରୁ ସେ ନିଜର ସମସ୍ତ ସମ୍ପତି ଟ୍ରଷ୍ଟକୁ ଦାନ କରିବା ସହ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନକୁ ଦାନ କରିଛନ୍ତି।
ଅଧିକ ପଢନ୍ତୁ: ମେ’ ୧ରୁ ରବି ଧାନକିଣା ଆରମ୍ଭ; ମାର୍ଚ୍ଚ ୧୦ରୁ ୨୦ ଯାଏଁ ହେବ ପଞ୍ଜୀକରଣ, ବିଜ୍ଞପ୍ତି ପ୍ରକାଶ କଲା ଯୋଗାଣ ବିଭାଗ