ଭୁବନେଶ୍ୱର: ଗରମରୁ ରକ୍ଷା ପାଇବେ ରାଜ୍ୟବାସୀ। ଆଶ୍ବସ୍ତି ଆଣିଲା କାଳବୈଶାଖୀ। ୧୦ ଓ ୧୧ ତାରିଖରେ ବର୍ଷା ସମ୍ଭାବନା ରହଛି। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହୋଇଛି। ଏଥିପାଇଁ ଆଜି ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉପକୂଳ ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ୧୩ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ।
ସେପଟେ ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ମେ ଓ ଜୁନ୍ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ଜୁନ୍ ମାସରେ ଠିକ୍ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି। ବର୍ଷାର ସମ୍ଭାବ୍ୟ ସ୍ଥିତି ଓ ମୌସୁମୀ ଆଗମନକୁ ନେଇ ଏଭଳି ପ୍ରାଥମିକ ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ। ଡ.ପଶୁପାଳକ ଆକଳନ କରି କହିଛନ୍ତି, ଏପ୍ରିଲ ଆରମ୍ଭରେ ନିନୋର ସମୁଦ୍ର ପତ୍ତନ ତାପମାତ୍ରା ୦.୧ଡିଗ୍ରୀ ସେଲସିୟସ୍ ରହିଥିଲା। ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଏହା ୦.୫ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବ।