ଦିନକୁ ଦିନ ବିଭିନ୍ନ ସରକାରୀ କର୍ମଚାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଉଛନ୍ତି। ସମ୍ପୂର୍ଣ ପ୍ରମାଣ ସହିତ ଭିଜିଲାନ୍ସ ଅଧିକାରୀମାନେ ସେହି ଲାଞ୍ଚଆ କର୍ମଚାରୀଙ୍କୁ ଧରୁଛନ୍ତି। ସେହିଭଳି ନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗାର ଆରଆଇ ଲାଞ୍ଚ ହେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଜମି ପଟ୍ଟା କରାଇ ଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କର ଜମି ପଟ୍ଟାକୁ ନେଇ ଅନେକ ବିବିଡା ଲାଗିରହିଥିଲା। ଏ ନେଇ ସେ କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆରଆଇ ଙ୍କୁ ଜଣାଇଥିଲେ। ଏହାପରେ ଜମି ପଟ୍ଟା କରାଇ ଦେବାକୁ ସେହି ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ। ହେଲେ ବ୍ୟକ୍ତି ଜଣଙ୍କ ଏହି ଘଟଣା ବାବଦରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଆରଆଇ ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଥିଲେ। ଏହାସହିତ ଲାଞ୍ଚ ବାବଦକୁ ଦିଆଯାଇଥିବା ଟଙ୍କାକୁ ମଧ୍ୟ ଜବତ କରିଥିଲେ। ତେଣୁ ଏ ନେଇ ଆରଆଇ ଙ୍କୁ ଅଧିକ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ।