ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚଳିତ ଶିକ୍ଷା ବର୍ଷରେ ଓଡିଶାରେ ୨ଲକ୍ଷ ୫୦ହଜାର ସଦସ୍ୟତା କରିବାକୁ ନେଇ ଲକ୍ଷ୍ୟ ରଖିଛି। ସେହିପରି ସମ୍ବଲପୁର ଜିଲ୍ଲାରେ ୧୦ହଜାର ରୁ ଉର୍ଦ୍ଧ୍ବ ସଦସ୍ୟତା କରିବା ଲକ୍ଷ୍ୟକୁ ପୁରଣ କରିବ ବୋଲି ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ।
ସେହିପରି ଓଡ଼ିଶାରେ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି। ଏଣୁ ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି। ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ । ତେଣୁ ନୂତନ ସରକାର ଓଡିଶାରେ ଛାତ୍ର ସଂସଦ ନିର୍ବାଚନର ବାଟ ଖୋଲିବେ ବୋଲି ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆଶା ପ୍ରକାଶ କରାଯାଇଛି।
ଚଳିତ ବର୍ଷର ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀ ମାନେ ଅଧିକ ସଂଖ୍ୟାରେ ଯୋଡି ହୋଇ ଏବିଭିପି ର ସଦସ୍ୟ ହୁଅନ୍ତୁ ବୋଲି ଏବିଭିପି ଆହ୍ଵାନ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ବେତାଂଶୁ ଶେଖର ବାରାଇ, ରାଜ୍ୟ ସହସଂପଦକ ସିମ୍ରନ୍ ପ୍ରଧାନ, ରାଜ୍ୟ ବିଶ୍ଵବିଦ୍ୟାଳୟ ସହ ସଂଯୋଜକ ୟସ ତିୱାରୀ, ବିଭାଗ ସଂଯୋଜକ ପ୍ରିତିସ କର, ଜିଲ୍ଲା ସଂଯୋଜକ ପ୍ରୀୟଂସୁ ମେହେର, ନଗର ମିଡ଼ିଆ ସଂଯୋଜକ ନୀତେଶ ପାଣିଗ୍ରାହୀ ଆଦି ଉପସ୍ଥିତ ଥିଲେ।