ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ପାଖେଇ ଆସିଲାଣି ଶିବରାତ୍ରି । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଲାଣି ଧବଳେଶ୍ୱରପୀଠ । ଜାଗର ଯାତ୍ରାକୁ ଶୃଙ୍ଖଳିତ ସହ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ଆଠଗଡ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ପ୍ରଭୁଙ୍କ ଜାଗରଯାତ୍ରା ପାଇଁ ବିଶଦ ଭାବରେ ଆଲୋଚନା କରାଯାଇଛି ।
ତେବେ ଆସନ୍ତାମାସ ୮ତାରିଖରେ ସାରା ଭାରତ ବର୍ଷରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବା । ଏଥିସହ ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବା ପାଇଁ ଧବଳେଶ୍ୱରପୀଠକୁ ଯିବେ । ଏଥିସହ ବହୁ ସଂଖ୍ୟାରେ ବ୍ରହ୍ମଚାରୀ ମାନେ ମଧ୍ୟ ଆସିବେ । ସେଥିପାଇଁ ଏବେଠୁ ବୈଠକ କରାଯାଉଛି ।
ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରାଇବା, ଦୀପଜାଳି ଉପବାସ ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ଉଜାଗର ରହୁଥିବା ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ଫେରିବା ବେଳେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜାଗର ଯାତ୍ରା ପାଇଁ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରିବା ସହ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ମଧ୍ୟ ଆଲୋଚନା କରାଯାଇଛି ।
ଅଧିକ ପଢନ୍ତୁ :ଆରମ୍ଭ ହେଲା ଦେବର କୁଣ୍ଡ ମେଳା