ଆରମ୍ଭ ହେଲା ଦେବର କୁଣ୍ଡ ମେଳା । ଭଦ୍ରକ ଜିଲ୍ଲାର ଦେବର କୁଣ୍ଡ ଠାରେ ଦେବର କୁଣ୍ଡ ମେଳା ଆରମ୍ଭ ହୋଇଯାଇଛି । ଏହି ମେଳାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା କାଉପୁର ଠାରେ ପୂଣ୍ୟ ତୋୟା ସାଳନ୍ଦୀ ନଦୀର ମଧ୍ୟ ସ୍ଥଳରେ ରହିଛି ଦେବର କୁଣ୍ଡ। କେହି କେହି ଏହାକୁ ଦେବର କୁଣ୍ଡ କୁହନ୍ତି ତ ଆଉ କେହି ଏହାକୁ ସୀତା କୁଣ୍ଡ ମଧ୍ୟ କୁହନ୍ତି । ଏହା ଏକ ପବିତ୍ର କୁଣ୍ଡ ଯେଉଁଠାରେ ରାମ,ସିତାଙ୍କ ବନବାସ ସମୟରେ ମାତା ସୀତା ଏହି କୁଣ୍ଡରେ ଗାଧୋଇଥିଲେ ।
ପୌରାଣିକ କଥା ଅନୁଯାୟୀ,ଭଗବାନ ରାମ ଓ ମାତା ସୀତା ବନବାସ କରୁଥିବା ସମୟରେ ପିଣ୍ଡଦାନ ପାଇଁ ଜଳର ଅବଶ୍ୟକତା ପଡିଥିଲା । ସେଠାରେ ପାହାଡ ଥିବାରୁ ସେଠାରେ ଜଳର କୌଣସି ସତ୍ତା ନଥିଲା । ମାତା ସୀତାଙ୍କ ଆଦେଶ କ୍ରମେ ଦେବର ଲକ୍ଷଣ ଶର ବିଦ୍ଧ କରି ମାତା ଗଙ୍ଗାକୁ ଆନୟନ କରି ଏହି କୁଣ୍ଡ ଖୋଳିଥିଲେ । ଆଉ ସୀତା ସେହି କୁଣ୍ଡ ରେ ଗାଧୋଇ ଥିଲେ। ଯେହେତୁ ମାତା ସୀତାଙ୍କ ଦେବର ଏହି କୁଣ୍ଡକୁ ଖୋଳିଥିଲେ । ସେଥିପାଇଁ ଏହାକୁ ଦିଅର କୁଣ୍ଡ ବା ଦେବର କୁଣ୍ଡ କୁହନ୍ତି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭୈମ ଏକାଦଶିରୁ ଆରମ୍ଭ ହୋଇଛି ଦେବର କୁଣ୍ଡ ମେଳା । ଏହି ମେଳା ବାର ଦିନ ଧରି ଚାଲିବ ।ଏଥିପାଇଁ ସ୍ଥାନୀୟ ଅଂଚଳ ଉତ୍ସଵ ମୁଖର ହୋଇଉଠିଛି । ଏହି କୁଣ୍ଡରେ ବୁଡ ପକାଇବା ପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ବୁଡ ପକାଇଥାନ୍ତି। କୁହାଯାଏ ଏହି କୁଣ୍ଡରେ ବୁଡ଼ ପକାଇଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଖାଲି ସେତିକି ନୁହେଁ ଏହାର ପ୍ରକୃତିକ ଶୋଭା ଅତି ଆକର୍ଷଣ ହୋଇଥିବାରୁ ଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ ମାନେ । ବେପାର ପାଇଁ ବିଭିନ୍ନ ପ୍ରକାର ଦୋକାନି ମାନେ ଏଠି ଦୋକାନ ପକାଇଥାନ୍ତି। ଘର କରଣା ଜିନିଷ କିଣିବା ପାଇଁ ଲୋକ ମାନେ ଭିଡ ଜମେଇ ଥାନ୍ତି। ତେବେ ସାଳନ୍ଦୀ ନଦୀର ଗର୍ଭ ରେ ଥିବା ଦେବର କୁଣ୍ଡରେ ବୁଡ ପକାଇଲେ ରୋଗ, ଶୋକ ଓ ପାପ ଦୂର ହୁଏ ବୋଲି ବିଶ୍ୱାସ ଅଛି। ସେଥିପାଇଁ ଏହି ଦେବର କୁଣ୍ଡ ରେ ବୁଡ ପକାଇଥିବା ପାଇଁ ଦୂରାନ୍ତରୁ ଲୋକମାନେ ଅସି ବୁଡ ପକାଇଥାନ୍ତି।
ଅଧିକ ପଢନ୍ତୁ :ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ