ଆଜି ପଦ୍ମ ଧରିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ। ଦଳର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ଏପରିକି ସେ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ତେବେ ପ୍ରଭାସ କୁମାର ସିଂହ ସପ୍ତାହେ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ବେଲେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ସୂଚନା ଅନୁସାରେ, ବର୍ତ୍ତମାନ ବିଭିନ୍ନ ଦଳୀୟ ନେତାମାନଙ୍କର ଦଳ ଅଦଳ ବଦଳ ଚାଲିଛି। ଟିକେଟ ନ ମିଳିବାରୁ ଦଳ ଛାଡ଼ୁଛନ୍ତି ଅଧିକାଂଶ ଦଳର ନେତା। ସେହିଭଳି ବିଜେଡିର ହାତ ଛାଡି ବିଜେପିରେ ସାମିଲ ହୋଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ। ତେବେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ତେବେ ବିଜେଡି ଛାଡିବା ପରେ ସେ କହିଥିଲେ ଯେ ବିଜେଡିରେ ଆଉ ଆତ୍ମସମ୍ମାନ ନାହିଁ। ତେଣୁ ବିଜେଡି ଦଳରୁ ସେ ଅଲଗା ହୋଇଯାଇଛନ୍ତି। ଏପରିକି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ ।