ଦଶହରାରେ ଭିଡ ଭିତରେ ଲୋକଙ୍କ ଠାରୁ ଲୁଟ,୬ଜୁଆଡିଙ୍କୁ ଗିରଫ କଲା ପୋଲିସ
Khabar Odisha:Police-arrested-6-gamblers-who-robbed-people-in-the-crowd
ଭୁବନେଶ୍ବର, ଅକ୍ଟୋବର ୪(ଖବର ଓଡ଼ିଶା)

ଦଶହରାରେ ଭୁବନେଶ୍ବରକୁ ଅନେକ ଲୋକଙ୍କ ସମାଗମ ହେଉଥିବାରୁ ଭିଡ ଭିତରେ ଲୋକଙ୍କଠାରକୁ ଲୁଟ ପାଇଁ ଜୁଆ ଆଡ୍ଡାର ଆସର ଜମାଇଥାନ୍ତି ଜୁଆଡିଆ ।

ତେଣୁ ଜୁଆ ଆଡ୍ଡା ଚାଲୁଥିବାବେଳେ, ଗଣ୍ଡଗୋଳ ହୋଇଥିବା ନେଇ ପୋଲିସ ସୂଚନା ପାଇଥିଲା ।

ଯାହାକୁ ଆଧାର କରି ଲିଙ୍ଗରାଜ ଥାନା ଅଞ୍ଚଳରେ ପାଟ୍ରୋଲିଂବେଳେ ଜଣଙ୍କୁ ଗିରଫ କରିଛି ପୋଲିସ ।ଅନ୍ଧାରରେ ଜୁଆ ଖେଳ ଚାଲିଥିବାବେଳେ ମାଡି ବସିଲା ଲିଙ୍ଗରାଜ ଥାନା ପୋଲିସ ।ସାନିଟାରି ଛକ ପଛପଟେ ପଡିଆରେ ଜୁଆ ଆଡ୍ଡା ଚାଲିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା କମିଶନରେଟ ପୋଲିସ ।

ଏହାପରେ ସେଠାରେ ରେଡ୍‌ କରି ୬ଜୁଆଡିଙ୍କୁ ଗିରଫ କରିଥିଲା ପୋଲିସ । ଏଥିସହ ତିନିମୁଠା ତାସ ୧୧ ହଜାର ୩ ଶହ ଟଙ୍କା ସମେତ ୪ଟି ମୋବାଇଲ ଫୋନ୍‌ ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ ।

ସମସ୍ତ ଅଫିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ତରଫରୁ ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment