ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି
Khabar Odisha:Plasma-therapy-in-Odisha
ଭୁବନେଶ୍ୱର, ଜୁଲାଇ ୩ ( ଖବର ଓଡ଼ିଶା):

 ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ହଜାର ୫୦୦ ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହେଲେଣି । ତେଣୁ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ଜୀବନ ବଞ୍ଚିପାରିବ। ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ।

ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ଲାଜ୍‌ମା ଥେରାପି ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ  କଟକ ଏସ୍‌ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍‌ଏସ୍ ସମ୍ ହସ୍ପିଟାଲ ଓ କିମ୍‌ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ। ତେବେ ଆସନ୍ତା ଅଗଷ୍ଟ ପରେ ହିଁ ରୋଗୀମାନେ ଏହି ସୁବିଧା ପାଇପାରିବେ।ରାଜ୍ୟରେ ପ୍ରଥମ ଥର ଲାଗି ଏହି ଚିକିତ୍ସା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କୌଣସି ସୁସ୍ଥ ରୋଗୀଙ୍କ ପ୍ଲାଜମା ରାଜ୍ୟରେ ସଂଗୃହୀତ ହୋଇନାହିଁ। 

 ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ରେମେଡିସିଭର ର ପ୍ରଥମ ପର୍ଯ୍ୟାୟ ପହଞ୍ଚି ସାରିଛି ।

  • Tags:

Subscribe

National International State Sports Entertainment