ଚୋରା କୋଇଲା ବୋଝେଇ ପିକପ ଭ୍ୟାନ ଜବତ ; ଚାଳକ ସହ ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ
Khabar Odisha:Pickup-van-confiscated-with-stolen-coal-The-driver-and-two-other-suspects-were-arrested
କେନ୍ଦ୍ରାପଡ଼ା, ନଭେମ୍ବର ୨୪ (ଖବର ଓଡ଼ିଶା):

 ଭଦ୍ରକ ଜିଲ୍ଲା ଧାମରା ରେଳପଥରୁ ଚୋରା କୋଇଲା ନେଇ ଚାନ୍ଦବାଲି ଯଶିପୁର ଅଂଚଳରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ପିକପ୍ ଭ୍ୟାନକୁ ବାଂଶଡ଼ା ପୋଲିିସ ଓ ଚାନ୍ଦବାଲି ପୋଲିସ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜବ କରିଛି । ପୋଲିସ ପିକପ୍ ଭ୍ୟାନଟିକୁ ଜବ କରିବା ସହ ଭ୍ୟାନର ଚାଳକ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ବାଂଶଡ଼ା ପୋଲିସ ଚୋରା କୋଇଲା ବୋଝେଇ ଭ୍ୟାନକୁ ପଛରୁ ପିଛା କରି କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟନ୍ତ ଗୋଡ଼ାଇଥିଲେ , ବାଟରେ ଭ୍ୟାନଟିର ତେଲ ସରିଯିବାରୁ ବାଟରେ ଭ୍ୟାନଟି ଅଟକି ଯାଇଥିଲା , ପଛରୁ ପିଛା କରି ବାଂଶଡ଼ା ପୋଲିସ ଓ ଚାନ୍ଦବାଲି ପୋଲିସ ଗାଡ଼ି ସହ ଚଳାକକୁ ଧରିଥିଲେ । ତେବେ ପ୍ରତିଦିନ ଧାମରା ରୋଳପଥରୁ କୋଇଲା ମାଫିଆ ମାନେ କୋଇଲା ଚୋରୀ କରି ଚାନ୍ଦବାଲି ଦେଇ ଅତିକ୍ରମ କରୁଥିବା ବେଳେ ଚାନ୍ଦବାଲି ପୋଲିିସ ସେମାନଙ୍କୁ କିପରି ଧିରିପାରୁନି ଏହାକୁ ନେଇ ବଡ ପ୍ରଶ୍ନବାସୀ ସୃଷ୍ଟି କରିଛି ।

  • Tags:

Subscribe

National International State Sports Entertainment