ଗଜପତି: ଗଜପତି ଜିଲ୍ଲାର ଏକ ସରକାରୀ କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ଫାର୍ମାସିଷ୍ଟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ କର୍ମଚାରୀ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଞ୍ଚଳର ଗଣେଶ ବେହେରା। ସେ ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
ସୋମବାର ରାତି ପ୍ରାୟ ୯ଟା ସମୟରେ ସେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଫେରୁଥିଲେ । ରାତି ପ୍ରାୟ ୧୧ଟା ସମୟରେ ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ। ହେଲେ ଗଣେଶ କବାଟ ଖୋଲି ନଥିଲେ। ଏନେଇ ସହଯୋଗୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ଗଣେଶଙ୍କ ମୃତଦେହ ଉଦ୍ଧାର କରିଥିଲେ।