ଖବର ଓଡିଶା : 26/01/2023:
ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଲା ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକ । ୧୦୦ ବର୍ଷରୁ ଅଧିକ ଦିନ ଧରି ପାଣିପାଗ ସମ୍ପର୍କିତ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନ କରିଆସୁଥିବାରୁ WMO ପକ୍ଷରୁ ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନ କେନ୍ଦ୍ର ଭାବେ ମାନପତ୍ର ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭାରତ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ମେ 24 ରେ WMO ର ସଭାପତି ବିଶ୍ୱ ପାଣିପାଗ ସଂଗଠନର କାର୍ଯ୍ୟକ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ସ୍ଥାୟୀ ପ୍ରତିନିଧୀ ଥିବା ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ତିନୋଟି ଅବଜରଭେଟୋରୀଗୁଡିକ 100 ବର୍ଷରୁ ଅଧିକ ହାଇଡ୍ରୋଲୋଜିକାଲ୍ ପର୍ଯ୍ୟବେକ୍ଷଣ ପାଇଁ ପର୍ଯ୍ୟବେକ୍ଷଣ କେନ୍ଦ୍ର ଭାବରେ ମାନ୍ୟତା ପାଇଛି । ଅନ୍ୟ ଦୁଇଟି IMD ପର୍ଯ୍ୟବେକ୍ଷଣକାରୀ ହେଉଛି ଗୁଜୁରାଟର ଦ୍ୱାରକା ଏବଂ ଭେରାଭାଲ୍ । ଏହି ସଫଳତା ପାଇଁ ଦ୍ୱାରକା, ଭେରାଭାଲ ଏବଂ କଟକ ଠାରେ ସେବା କରୁଥିବା ତଥା ଅବସରପ୍ରାପ୍ତ ସହକର୍ମୀଙ୍କୁ ଆଇଏମଡି ଅଭିନନ୍ଦନ ଜଣାଇଛି ।