ଭୁବନେଶ୍ୱର, ନଭେମ୍ବର 25( ଖବର ଓଡ଼ିଶା):
ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ଧର୍ମ ମାସର ପଞ୍ଚୁକ ବ୍ରତ । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସବୁ ବର୍ଷ ଭଳି କିନ୍ତୁ ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ନାହିଁ । କରୋନା କଟକଣା କାରଣରୁ ଏଥର ବିନା ଭକ୍ତରେ ରୀତିନୀତି ଚାଲିଛି ।
ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ବୁଧବାର ଠାରୁ ମହାପ୍ରଭୁଙ୍କୁ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି । କାର୍ତ୍ତିକ ମାସ ପଞ୍ଚୁକ ନୀତି ପାଇଁ ଶ୍ରୀମନ୍ଦିରରେ ଭୋର ରୁଲ୍ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ଚାଲିଛି ।
ପଞ୍ଚୁକର ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ମହାପ୍ରଭୁ ଦର୍ଶନ ଦେବେ ।