୧୭ତମ ରାଉଣ୍ଡ ସୁଦ୍ଧା ୩୦ ହଜାର ୫୯ ଭୋଟରେ ବିଜେଡି ଆଗୁଆ Baragarh/Padampur:08/12/2022: Share story: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ଆସିଲା ୧୭ତମ ରାଉଣ୍ଡର ଫଳାଫଳ | ୧୭ତମ ରାଉଣ୍ଡ ସୁଦ୍ଧା ୩୦ ହଜାର ୫୯ ଭୋଟରେ ବିଜେଡି ଆଗୁଆ | ପ୍ରାରମ୍ଭିକ ଟ୍ରେଣ୍ଡ ରୁ ବଢି ଚାଲିଛି ବିଜେଡି |ପଦ୍ମପୁରରୁ ଆସିଲା ୧୭ତମ ରାଉଣ୍ଡର ଟ୍ରେଣ୍ଡ । ପ୍ରଥମ ରୁ ୧୭ତମ ରାଉଣ୍ଡ ଯାଏଁ ବିଜେଡି ପ୍ରାର୍ଥୀ ଆଗୁଆ ରହିଆସିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ମଧ୍ୟ ୫୪୧ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ୧୭ତମ ରାଉଣ୍ଡରେ ବର୍ଷାଙ୍କୁ ୪ ହଜାର ୮୪ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୫୪୩ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୦୬ ଭୋଟ ମିଳିଛି । ଏବେ ସୁଦ୍ଧା ବିଜେଡି ମୋଟ ୩୦ ହଜାର ୫୯ ଭୋଟରେ ଆଗୁଆ ରହିଛି । ୧୭ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୮୯ ହଜାର ୪୬୫, ବିଜେପି ୫୯ ହଜାର ୪୦୬ ଓ କଂଗ୍ରେସ ଖାତାରେ ପଡିଛି ମୋଟ ୨୮୨୧ ଭୋଟ । ଆରମ୍ଭରୁ ସବୁ ରାଉଣ୍ଡରେ ବିଜେଡି ଆଗୁଆ ରହିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ୧୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କ ଠାରୁ ୩୦,୦୫୯ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ତେବେ ବିଜେଡି ଜିତିବା ଏକ ପ୍ରକାର ସୁନିଶ୍ଚିତ ବୋଲି ଜଣାପଡ଼ୁଛି | Padampurbypoll Election BJD BJP Congress ଖବର ଓଡ଼ିଶା, Reporter, 08/12/2022