ଯାଜପୁର: ପୁଣି ଯାଜପୁରରେ ଦେଖିବାକୁ ମିଳିଛି ଡାଇରିଆ ଆତଙ୍କ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏଥିରେ ୧୦ ଜଣ ଆକାନ୍ତ ହୋଇଥିଲେ । ସମେସ୍ତ ସୁସ୍ଥ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଗାଁର ଜଣେ ମହିଳା । ସେ ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଝାଡାବାନ୍ତିର କାରଣ ନେଇ ଯାଜପୁର ମେଡିକାଲ କଲେଜ ଟିମ୍ ଏବଂ ପାଖ ସିଏଚସି ଯାଞ୍ଚ କରୁଛନ୍ତି । ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଟିମ୍ ମଧ୍ୟ ଗାଁରେ ପହଂଚି ଓ.ଆର.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଯୋଗାଇ ଦେଉଛନ୍ତି । ଗାଁରେ ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଭୂତଳ ଜଳ ପ୍ରଦୂଷଣ ଯୋଗୁଁ ଗାଁକୁ ଝାଡାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ଗାଁରେ ଶୌଚ ହେବାକୁ ଯଥେଷ୍ଟ ସ୍ଥାନ ନଥିବାରୁ ସମସ୍ତେ ଗୋଟିଏ ସ୍ଥାନକୁ ବ୍ୟବହାର କରୁଥିବାରୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ଲୋକ। ତଳୁଆ ଗାଁରୁ ପାଣି ଓ ଝାଡା ନମୁନା ପରୀକ୍ଷା ପାଇଁ ନିଆଯାଇଛି । ଯାଜପୁର ସିଡିଏମଓ ୩ ଦିନରେ ରିପୋର୍ଟ ଦେବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଅଧିକ ପଢନ୍ତୁ: ଗଜପତି ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ, ସରକାରୀ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ବ୍ଲକ ସ୍ତରରେ ଯାଞ୍ଚ