ଭୁବନେଶ୍ୱର: ପୁଣିଥରେ ଖରାପ ହୋଇଛି ଓଡ଼ିଶାର ବାୟୁମଣ୍ଡଳ । ଦେଶର ୧୨ଟି ସହରର ବାୟୁ ପ୍ରଦୂଷିତ ହୋଇଥିବା ବେଳେ ସେଥିମଧ୍ୟରେ ଓଡ଼ିଶାର ୫ଟି ସହର ରହିଛି । ସବୁଠୁ ଅଧିକ ପ୍ରଦୂଷିତ ବାୟୁ ରହିଛି ଝାରସୁଗୁଡାର ବ୍ୟାସନଗରରେ । ବଡ଼କଥା ହେଉଛି, ଦିଲ୍ଲୀର ଏକ୍ୟୁଆଇ ଠାରୁ ଓଡ଼ିଶା ଏକ୍ୟୁଆଇ ଢେର ଅଧିକ ରହିଛି ।
ଓଡ଼ିଶାର ପ୍ରଦୂଷିତ ବାୟୁ ମଧ୍ୟରେ ସବୁଠୁ ଆଗରେ ରହିଛି ଝାରସଗୁଡାର ବ୍ୟାସନଗର । ଏଠାକାର ଏକ୍ୟୁଆଇ ୨୬୨ ରହିଛି । ବ୍ୟାସନଗର ପଛକୁ ରହିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରର ଏକ୍ୟୁଆଇ ୨୨୮ ରହିଛି । ସେହିପରି ଆଉ ୩ଟି ପ୍ରଦୂଷିତ ସହର ହେଉଛି କଟକ, ତାଳଚେର ଓ ବାଲେଶ୍ୱର, ଯାହାର ଏକ୍ୟୁଆଇ ପର୍ଯ୍ୟାୟକ୍ରମେ ୨୧୭, ୨୧୬, ଓ ୨୧୪ ରହିଛି । ସେହିପରି ଅନୁଗୁଳ ଓ ବାରିପଦା ସହରର ବାୟୁ ମଧ୍ୟମ ଧରଣର ପ୍ରଦୂଷିତ ହେବା ସହ ଏହି ୨ଟି ସହରର ଏକ୍ୟୁଆଇ ଯଥାକ୍ରମେ ୧୯୩ ଓ ୧୮୫ ରହିଛି ।
ବର୍ତ୍ତମାନ ଓଡ଼ିଶାର ପ୍ରଦୂଷିତ ସହରର ସ୍ଥିତି ଦେଖିଲେ ସହରବାସୀ ଧିରେ ଧିରେ ଖରାପ ସ୍ଥିତିକୁ ଗତି କରୁଛନ୍ତି । ବିଷାକ୍ତ ଧୂଳିକଣା ଶରୀରକୁ ଯିବା ଦ୍ୱାରା ହୃଦଘାତ, ଶ୍ୱାସକ୍ରିୟା ଜନିତ ରୋଗ, ଫୁସଫୁସ୍, କକର୍ଟ, ଯକ୍ଷ୍ମା, ଆଜ୍ମା ଭଳି ରୋଗ ବ୍ୟାପିବାର ସମ୍ଭାବନା ରହିଛି ।