ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ପ୍ରତ୍ୟେକ ଦିନ 1ହଜାର କରୋନା ପରୀକ୍ଷା ହେବା ନେଇ ସୂଚନା ଦେଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର
Khabar Odisha:Odisha-To-Increase-COVID19-Testing-Capacity
ଭୁବନେଶ୍ୱର, ଏପ୍ରିଲ ୦୬ (ଖବର ଓଡ଼ିଶା):

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏହା ସହ ରାଜ୍ୟରେ ବିଭିନ୍ନ ସହରରେ ୭ଟି କୋଭିଡ ୧୯ ହସ୍ପିଟାଲ ସ୍ଥାପନ ହେଉଛି । ଏଥି ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଆଉ 4ଟି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି ।

ଏହା ସହ ରାଜ୍ୟରେ ବର୍ତ୍ତମାନ ତିନୋଟି ସ୍ଥାନରେ ଦିନକୁ ୩୦୦ଟି କୋଭିଡ-୧୯ ନମୂନା ପରୀକ୍ଷା କରାଯାଉଥିବା ବେଳେ ଆଗାମୀ ୫ଦିନ ମଧ୍ୟରେ ଏହାକୁ ୧ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍ ଶୀଘ୍ର ଭିମସାର ବୁର୍ଲା, ଏମକେସିଜି ବ୍ରହ୍ମପୁରରେ କୋଭିଡ୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ । ଏହାବ୍ୟତୀତ ରାଜ୍ୟରେ ବର୍ତ୍ତମାନ ୧୪୫୭ ଶଯ୍ୟା ବିଶିଷ୍ଟ 7ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଥିବା ସୂଚନା ଦେଇଛନ୍ତି ବାଗଚୀ । 

ଅନ୍ୟପଟେ, ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡିଶାରେ ୧୮୮୮ଟି ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ଏମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ କୋଭିଡ-୧୯ ପିଜିଟିଭଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୨ ଜଣ, ଭଦ୍ରକରୁ ୩ ଜଣ, ପୁରୀ, କଟକ, କଳାହାଣ୍ଡି ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟସରକାର।

  • Tags:

Subscribe

National International State Sports Entertainment