ଭୁବନେଶ୍ୱର: ଚର୍ଚ୍ଚାରେ ଓଡ଼ିଆ ଝିଅ ପ୍ରଣତି । ଏଫଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଆପ୍ପାରାଟସ୍ ବିଶ୍ୱକପ୍ ୨୦୨୫ ରେ ମହିଳା ବିଭାଗ ଇଭେଣ୍ଟରେ କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଓଡ଼ିଆ ଝିଅ । ବିଶ୍ୱର କ୍ରୀଡା ଇତିହାସରେ ନିଜର ନାମ ସ୍ଵର୍ଣାକ୍ଷରରେ ଲିପିବଦ୍ଧ କରି ବିଶ୍ଵଦରବାରରେ ଭାରତ ତଥା ଓଡିଶା ପାଇଁ ସୁନାମ ଆଣିଛନ୍ତି ସୁନା ଝିଅ ପ୍ରଣତି । ୨୯ ବର୍ଷୀୟ ପ୍ରଣତି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ପ୍ରତିଯୋଗିତରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାମରେ ନାମିତ କରିଛନ୍ତି ।
ଏହି ପ୍ରତିଯୋଗିତାରେ ଶନିବାର ଓଡ଼ିଆ ପ୍ରତିଯୋଗୀ ଆମେରିକାର ଜୟଲା ହାଙ୍ଗ ଓ କ୍ଳାଇର ପେଜଙ୍କ ପରେ ୧୩.୪୧୭ ପଏଣ୍ଟ ସହିତ ପ୍ରଣତି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ସେ ଏଫଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଆପ୍ପାରାଟସ୍ ବିଶ୍ୱକପ୍ ରେ ଦ୍ଵିତୀୟ ଥର ପାଇଁ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ନିଜ ନାମରେ ନାମିତ କରିଥିଲେ । ସେ କାଇରୋ ଠାରେ ଅନୁଷ୍ଠିତ ଏଫଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଆପ୍ପାରାଟସ୍ ବିଶ୍ୱକପ୍ ରେ ପ୍ରଣତି ପ୍ରଥମ ଥର ଅଂଶଗ୍ରହଣ କରି ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ଭାରତରୁ ପୂର୍ବରୁ ଅରୁଣା ରେଡ୍ଡୀ ଓ ଦୀପା କର୍ମାକର ପୂର୍ବରୁ ଏହି କୃତିତ୍ୱ ନିଜ ନାମରେ ନାମିତ କରିଥିଲେ ।
ପ୍ରଣତି, ଏଫଆଇଜି ବିଶ୍ୱକପ୍ ବ୍ୟତୀତ ସେ ପୂର୍ବରୁ ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ । ୨୦୨୯ ମସିହାରେ ସେ ଏସିଆନ ଚାମ୍ପିୟନସିପ୍ ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।