ଲୁଚିଗଲେ ନୀଳଚକ୍ର। ଘନ କୁହୁଡ଼ି ଆବରଣରେ ଅଦୃଶ୍ୟ ହୋଇଗଲା ସମଗ୍ର ଶୀକ୍ଷେତ୍ର। ତେବେ ଏହି କାରଣରୁ ମଙ୍ଗଳବାର ଦିନ ଅନେକ ସମୟ ଧରି ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି ଜଗା ଭକ୍ତମାନେ। ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ସମସ୍ୟା ସୃଷ୍ଟି ହୋଇଥିଲା।
ଘନ କୁହୁଡି ଯୋଗୁଁ ବଡ଼ଦାଣ୍ଡରେ ଲାଇଟ ଲଗାଇ ଗାଡ଼ି ଚଳାଚଳ କରୁଥିବା ମିଳିଛି । ସେହିପରି କୁହୁଡ଼ି ପାଇଁ କିଛି ଘଣ୍ଟା ଧରି ଅର୍କକ୍ଷେତ୍ର କୋଣାର୍କ ମଧ୍ୟ ଅଦୃଶ୍ୟ ହୋଇଯାଇଥିଲା। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହୋଇ ନଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। ଫଳରେ ପର୍ଯ୍ୟଟକମାନେ ଦୂରରୁ ସୂର୍ଯ୍ୟ ମନ୍ଦିରର ଆକର୍ଷଣୀୟ ଦୃଶ୍ୟ ଦେଖ୍ ପାରି ନାହାଁନ୍ତି।
ତେବେ ଆଞ୍ଚଳିକ ପାଣିପାଗରେ କେନ୍ଦ୍ର ସୂଚନା ଅନୁଯାୟୀ, ଓଡିଶାର କେତେକ ସ୍ଥାନରେ ଆହୁରି ୨ରୁ ୩ଦିନ ଏପରି ଘନ କୁହୁଡି ହେବାର ସମ୍ଭାବନା ଥିବା ବେଳେ ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ତିରିଶ ଫୁଟ ତଳକୁ ଖସିଲା ଗାଡ଼ି, ଜଣେ ମୃତ