ଭୁବନେଶ୍ୱର : ରାତି ତପମାତ୍ରା ପୁଣି ଉପରମୁହାଁ । ପାରଦ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି । ଗତ ଦୁଇ ଦିନ ଧରି କିଛି ସ୍ଥାନରେ ରାତି ତାପମାତ୍ରା ଖସୁଥିଲା ।
ଦେଶର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ଆସୁଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ଆସନ୍ତା ୪ ଦିନ ଯାଏ ଏଭଳି ସ୍ଥିତି ରହିବ । କିଛି ସ୍ଥାନରେ ୧ରୁ ୨ ଡିଗ୍ରୀ ବଢ଼ିଲେ ଅନ୍ୟ ସ୍ଥାନରେ ସେତିକି କମିବ । ରାତିରେ ପାଗ ଆରାମଦାୟକ ରହିବ ବୋଲି ସେ କହିଛନ୍ତି ।
ରାଉରକେଲାରେ ପାରଦ ୯.୭ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୧୧.୬, ସୁନ୍ଦରଗଡ଼ରେ ୧୨.୭, ଫୁଲବାଣୀରେ ୧୩.୫, କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୫, ଦାରିଙ୍ଗିବାଡ଼ି, ଭଦ୍ରକ ଓ ନୂଆପଡ଼ାରେ ୧୫, ବାରିପଦାରେ ୧୫.୫, ସମ୍ବଲପୁରରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗର ପୂର୍ବାନୁମାନ ଅନୁସାରେ, ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଆସନ୍ତା ଦୁଇ ଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ବିଶେଷ କରି ନୟାଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ସମେତ ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେହିପରି ମଙ୍ଗଳବାର ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣରେ କୁହୁଡି ହେବ । ସତର୍କତା ଜାରି ହୋଇଥିବା ଜିଲ୍ଲାରେ ଗାଡି ଧୀରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।