ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ନ୍ୟାୟଦାବିରେ ଉତ୍ୟେକ୍ତ ଛାତ୍ରଛାତ୍ରୀ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ଏହି ଘଟଣାରେ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପ୍ରେମ ବ୍ୟାପରକୁ ନେଇ ଆତ୍ମହତ୍ୟା ଘଟିଥିବା ପୋଲିସ ସନ୍ଦେହ କରୁଛି ।
ଗତକାଲି (ରବିବାର) କିଟ୍ରେ ବିଟେକ ପଢୁଥିବା ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲ କ୍ୟାମ୍ପସ ଭିତରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ସେପଟେ ଛାତ୍ରୀ ମୃତ୍ୟୁ ଘଟଣାର ସଫେଇ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ । କିଟ୍ର କୂଳ ସଚିବଙ୍କ କହିବା ମୁତାବିକ, ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ। ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଛାତ୍ରୀଙ୍କ ପୁରୁଷବନ୍ଧୁ ଅଟକ ରଖିଛି ପୋଲିସ । ମୃତ ଛାତ୍ରୀଙ୍କ ପରିବାରକୁ ଖବର ଦିଆଯାଇଛି । ସେମାନେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ।
ଅଧିକ ପଢନ୍ତୁ: ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା; ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ସହ ଅପରାଧ ରୋକିବାରେ ବିଶେଷ ସହାୟକ ହେବ ।
ଗତକାଲି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଅନ୍ୟ ନେପାଳୀ ଛାତ୍ର ସାରା ରାତି କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।