ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା । ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏହି ଅତ୍ୟାଧୁନିକ ଆର୍ଟିଫିସିୟାଲ ଇଣ୍ଟାଲିଜେନ୍ସ କ୍ୟାମେରା ଲଗାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୁରୀ ଏସପ ଭିନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏନଏଚ ଓ ବଡ଼ଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ସ୍ଥାନ ନୀରିକ୍ଷଣ କରାଯାଉଥିବା ସେ କହିଛନ୍ତି ।
ଅଧିକ ପଢନ୍ତୁ: ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ଓ ୧୨୬ ଦନ୍ତ ଚିକିତ୍ସକଙ୍କ ପଦବୀ
ରଥଯାତ୍ରା ବେଳେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ଅତ୍ୟାଧୁନିକ କ୍ୟାମରା ଲାଗିବା ଫଳରେ ବିଶେଷ କରି ଏହା ଟ୍ରାଫିକ୍ ଓ କ୍ରାଉଡ ମ୍ୟାନେଜମେଣ୍ଟ ସାଙ୍ଗକୁ ଅପରାଧ ରୋକିବାରେ ସହାୟକ ହେବ ।