ଶ୍ରୀମନ୍ଦିରରେ ଅବହେଳା ହେଉଛି ନାଟମଣ୍ଡପ ମରାମତି । ଏନେଇ ହାଇକୋର୍ଟ ଅସନ୍ତୋଷ ହୋଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ସଠିକ ଭାବେ ମରାମତି ହୋଇପାରୁନି ନାଟମଣ୍ଡପ ଏଥିପାଇଁ ଏଏସ୍ଆଇକୁ ପ୍ରଶ୍ନ କରିଛି ହାଇକୋର୍ଟ । ନାଟମଣ୍ଡପ ସଂପର୍କିତ ମାମଲାର ଶୁଣାଣି ସମୟରେ ୨୦୧୭ରୁ ଏଏସ୍ଆଇ ନାଟମଣ୍ଡପ ମରାମତି ଦାୟିତ୍ୱା ନେଇ ସଠିକ ଭାବରେ କାର୍ଯ୍ୟ କରୁନାହିଁ ବୋଲି ହାଇକୋର୍ଟ ଏଏସ୍ଆଇକୁ ଝାଡିଛନ୍ତି ।
ଏହା ସହ ହାଇକୋର୍ଟ କହିଛି କି ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ଏକ ଦୁଃଖର ବିଷୟ । ନାଟମଣ୍ଡପ କାର୍ଯ୍ୟ ସଠିକ ଭାବରେ ନହୋଇ ଶ୍ରଦ୍ଧାଳୁ ମାନଙ୍କୁ ଖାଲି ମିଛ ଆଶ୍ୱାସନା ଦିଆଯାଉଛି ।ବିଭିନ୍ନ ବାହାନା ଦର୍ଶାଇ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ମୁଲତବି ହୋଇ ଚାଲିଛି। ତେବେ ୨୦୧୭ରେ ଏହି କାର୍ଯ୍ୟ ଏଏସ୍ଆଇ ହାତକୁ ନେଇଥିବା ବେଳେ ଚାରି ମାସ ଭିତରେ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁ୍ତି ଦେଇଥିଲା ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ନାଟମଣ୍ଡପ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏଏସ୍ଆଇ ଦର୍ଶାଇଛି କି ଏହି ପ୍ରସଙ୍ଗ ମାଡ୍ରାସ ଆଇଆଇଟିକୁ ହସ୍ତାନ୍ତର କରାଯାଇଛି ତେବେ ଏପରି ଅବହେଳା ସେମାନଙ୍କ ପକ୍ଷରୁ ହୋଇଛି ।
ଅଧିକ ପଢନ୍ତୁ :କାର୍ତ୍ତିକ ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଶ୍ରୀ ମନ୍ଦିର