ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଏକ ନମ୍ୱର୍, ଓଡ଼ିଶାର ଅନେକ ଲୋକ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ
Khabar Odisha:Naveen-pattnaik-in-1st-position-in-Indias-top-CM-lust
ଭୁବନେଶ୍ୱର, ଜୁନ 2 ( ଖବର ଓଡ଼ିଶା):

 ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ୱର୍ ରେ ରହିଛନ୍ତି ନବୀନ ପଟ୍ଟନାୟକ। IANS-C VOTER ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ନବୀନଙ୍କ କାର୍ଯ୍ୟରେ ପ୍ରାୟ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ତୃତୀୟରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ। ଭୁପେଶ ବାଘେଲଙ୍କୁ ୮୧.୦୬ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିବାବେଳେ ବି.ବିଜୟନଙ୍କୁ ୮୦.୨୮ ପ୍ରତିଶତ ଜନତାଙ୍କ ସମର୍ଥନ ମିଳିଛି । ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଙ୍କ ଲୋକପ୍ରିୟତା ହାର ୭୧.୧ ପ୍ରତିଶତ ରହିଛି। ଏହା ପଛକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ।

  • Tags:

Subscribe

National International State Sports Entertainment