କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିଲେ ଏନଡିଆରଏଫ ଟିମ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମଙ୍ଗଳବାର ରାତିରେ ଆନନ୍ଦପୁରରେ ଏନଡିଆରଏଫର ୩୪ ଜଣିଆ ସଦସ୍ୟ ପହଞ୍ଚିଛନ୍ତି । ହାଟଡିହି, ଆନନ୍ଦପୁର ଓ ଘସିପୁରା ବ୍ଲକର ଏମାନେ ମୁତୟନ ହେବେ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଆଜି ଓଡିଆରଏଫଟିମ ପହଞ୍ଚିବା ପରେ ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ବାତ୍ୟାରେ ଆବଶ୍ୟକସ୍ଥଳେ ଏନଡିଆରଏଫ ଓ ଓଡିଆରଏଫଟିମ ଟିମ ବିଭିନ୍ନ ସ୍ଥାନରେ ପହଞ୍ଚି କାର୍ଯ୍ୟ କରିବେ ।