ଗଂଜାମ : ଦିନକୁ ଦିନ ଆତ୍ମହତ୍ୟା ସମସ୍ୟା ବଢ଼ିବାରେ ଲାଗିଛି। ସମସ୍ୟାର ସମାଧାନ ନ କରି ଆତ୍ମହତ୍ୟା ପରି ଚରମ ପଦକ୍ଷେପକୁ ଲୋକେ ଆପଣାଉଛନ୍ତି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ। ବ୍ରିଜ଼ ଉପରେ ସ୍କୁଟି ଥୋଇ ଜଣେ ଲୋକ ନଦୀକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମକରିଛନ୍ତି।
ସୂଚନାରୁ ପ୍ରକାଶ ଯେ ନିଜର ସ୍କୁଟି ଏବଂ ଚପଲକୁ ଋଷିକୂଲ୍ୟା ମୁହାଣ ନିକଟରେ ଛାଡ଼ିଦେଇ ଜଣେ ଅଜଣା ଯୁବକ ନଦୀକୁଳକୁ ଲମ୍ଫ ପ୍ରଦାନ କରିଛନ୍ତି। ଯୁବକଙ୍କ ପରିଚୟ ଅସ୍ପଟ ସହିତ ମୃତ୍ୟୁ ର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।
ଗତ କିଛି ଦିନ ତଳେ ବ୍ରହ୍ମପୁର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାବେଳେ, ଆଜି ସକାଳେ ଆଉ ଜଣେ ଏପରି ପ୍ରୟାସ କରିଛନ୍ତି। ପୋଲିସ ଏବଂ ଅଗ୍ନୀସମ ବାହିନୀ ଘଟଣା ଷ୍ଟଲରେ ପହଂଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।