ଓଡ଼ିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି । ସ୍ୱରୂପ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ଓଡ଼ିଆର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଥ୍ରୋଟ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି । ଗତ ୪ ଦିନ ହେବ ସେ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ନିଜର ଚିକିତ୍ସା କରାଉଛନ୍ତି । ଓଡ଼ିଆ ସିନେ ଜଗତରେ ଅନେକ ସଙ୍ଗୀତରେ ନିର୍ଦ୍ଦେଶନା କରି ପ୍ରଶଂସାର ପାତ୍ର ପାଲଟିଯାଇଛନ୍ତି । ୮୦ ଦଶକରେ ଅନେକ ଚଳଚିତ୍ରରେ ସେ ସଂଗୀତ ନିର୍ଦ୍ଦେଶନା ଦେବା ସହ କିଛି ଚଳଚିତ୍ର ରେ ଅଭିନୟ ମଧ୍ୟ କରିଛନ୍ତି । ଶାଶୁଘର ଚାଲିଯିବି ,‘ମୁଁ ତୁମକୁ ଭଲ ପାଏ’, ‘ଗାଁ ମଝିରେ ଚାନ୍ଦିନି’, ‘ଚାଲିରେ ତୋର ପଦ୍ମ ଫୁଟେ’ ଏବଂ ‘ ଓଢଣି ଓଢଣି ନାଲି ଓଢଣି’ ଭଳି ଅନେକ ଲୋକ ପ୍ରିୟ ଗୀତରେ ସ୍ୱରୂପ ନିର୍ଦ୍ଦେଶନା କରିଛନ୍ତି ।
ଅଧିକ ଦେଖନ୍ତୁ ;- ଗଡ଼କରୀଙ୍କ ଜୀବନ କାହାଣୀ