ଔଷଧ ଗୋଦାମରେ ଘଟିଛି ଅଗ୍ନିକାଣ୍ଡ । ଯାହା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଓ ଇଞ୍ଜେକସନ ସହିତ ଅନ୍ୟାନ୍ୟ ସାମଗ୍ରୀ । ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୨ ଟା ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ନିଆଁ ଲାଗିଥିଲା । ନିଆଁ ଧୀରେ ଧୀରେ ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା । ଯେତେବେଳେ ନିଆଁ ଲାଗିବାର ଦୃଶ୍ୟ ସିକ୍ୟୁରିଟି ଗାର୍ଡ ଦେଖିଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ ।
ଖବର ପାଇ ସାରିବା ପରେ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇବା ପାଇ ପ୍ରାୟ ୨ ଘଣ୍ଟା ପରିଶ୍ରମ କରିଥିଲେ । ୨ ଘଣ୍ଟା ପରେ ନିଆଁ ଲିଭାଇବା କାର୍ଯ୍ୟ ସଫଳ ହୋଇଥିଲା । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳୁଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ଜଗା ଦର୍ଶନ କରିବାକୁ ଯାଉଥିଲା ବେଳେ ଘଟିଗଲା ଦୁର୍ଘଟଣା