ଆଜିଠୁ ଘରୁ ବାହାରିଲେ ମାସ୍କ୍ ପିନ୍ଧିବାକୁ ବାଧ୍ୟ, ନିୟମ ନ ମାନିଲେ ପଡିବ ତଣ୍ଡ
Khabar Odisha:Mask-necessary-for-all-from-today-in-Odisha
ଭୁବନେଶ୍ୱର, ଏପ୍ରିଲ ୦୮( ଖବର ଓଡ଼ିଶା):

 ଆଜିଠୁ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟ । ନହେଲେ ଗଣିବେ ତଣ୍ଡ ।   କରୋନା ସଂକ୍ରମଣ ରୋକିବା ପାଇଁ ଏଣିକି ବିନା ମାସ୍କରେ ଘରୁ ପଦାକୁ  ମନା । ଘରୁ ବାହାରକୁ ଗୋଡ କାଢୁଥିଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ । ଆଜି ସକାଳୁ  କଡ଼ାକଡ଼ି ହେଉଛି ଏହି ନିୟମ । ଏନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି। ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ନିୟମକୁ ସୂଚାର ରୂପରେ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେବେ । ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ରୁମାଲ, ଗାମୁଛା, ଓଢଣି କିମ୍ବା ସ୍କାର୍ଫକୁ ମୁହଁରେ ବାନ୍ଧିବା ପାଇଁ ବ୍ୟବହାର କରିପାରିବେ । ତେବେ ଠାରୁ  ୨ଦିନ ଆଗରୁ ଗଞ୍ଜାମରେ ଏହି ନିୟମ ଲାଗୁ ହୋଇଛି। ସହରାଞ୍ଚଳରେ ଘରୁ ବାହାରିଲେ ଯଦି ମାସ୍କ ବ୍ୟବହାର କରିନଥିବେ ତେବେ ୧୦୦୦ ଟଙ୍କା ଫାଇନ ଦେବେ ଓ  ଗ୍ରାମାଞ୍ଚଳରେ ବିନା ମାସ୍କରେ ଘରୁ ବାହାରିଲେ ୫୦୦ ଟଙ୍କା ଫାଇନ୍ ପଡିବ ବୋଲି ଗଞ୍ଜାମରେ କଡା କଟକଣା ଲାଗୁ ହୋଇଛି ।

  • Tags:

Subscribe

National International State Sports Entertainment