ଭୁବନେଶ୍ଵର: ରାଜ୍ୟର ସହରାଞ୍ଚଳ ଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଭୁବନେଶ୍ଵର ମହାନଗର ନିଗମ (BMC) ସମେତ ରାଜ୍ୟର ବିଭିନ୍ନ ପୌରପାଳିକା ଏବଂ ଏନଏସିରେ କାର୍ଯ୍ୟରତ ଯନ୍ତ୍ରୀ ଓ ପ୍ରଶାସନିକ କର୍ମଚାରୀଙ୍କ ସ୍ତରରେ ବ୍ୟାପକ ବଦଳି କରାଯାଇଛି। ଏହି ପ୍ରକ୍ରିୟାରେ ଅନେକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ପୂର୍ବରୁ ବଦଳି ହୋଇଥିବା କିଛି ବରିଷ୍ଠ ଓ କନିଷ୍ଠ କିରାଣି ପ୍ରଭାବିତ ହୋଇଛନ୍ତି।
ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତି ଅନୁଯାୟୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଉରକେଲା ଆରଏମସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିପିն ବିହାରି ମହାନ୍ତିଙ୍କୁ ପୁରୀ ମହାନଗର ନିଗମକୁ ବଦଳି କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରୁ ଜୟନ୍ତ କୁମାର ପରିଡ଼ାଙ୍କୁ ଭୁବନେଶ୍ବର ମହାନଗର ନିଗମ (BMC) କୁ ଅଣାଯାଇଛି। ସେହିପରି ମାନସ ରଞ୍ଜନ ପାଲ୍ଙ୍କୁ ଜଗତସିଂହପୁରରୁ କଟକ ମହାନଗର ନିଗମ (CMC) କୁ, ବି ସତ୍ୟସାଇ ବାବା ସୁବୁଦ୍ଧିଙ୍କୁ ବିଏମସିରୁ ବ୍ରହ୍ମପୁରକୁ, ଦେବବ୍ରତ ଷଡ଼ଙ୍ଗୀଙ୍କୁ ପୁରୀରୁ ବିଏମସିକୁ, ଗୋଲକ ବିହାରୀ ସାହୁଙ୍କୁ ତାଳଚେରରୁ ରାଉରକେଲାକୁ ଏବଂ ପ୍ରଦୀପ କୁମାର ନାୟକଙ୍କୁ ବାଲେଶ୍ବରରୁ ଭଦ୍ରକ ମ୍ୟୁନିସିପାଲିଟିକୁ ବଦଳି କରାଯାଇଛି।
ଏହା ସହିତ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଭାଗୀୟ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କୁ କଟକ ମହାନଗର ନିଗମ, କାହ୍ନୁଚରଣ ଦାଶଙ୍କୁ ଖୋର୍ଦ୍ଧା ପୌରପାଳିକା, ପ୍ରକାଶ କୁମାର ପ୍ରଧାନଙ୍କୁ ଅନୁଗୋଳ ପୌରପାଳିକା, ପ୍ରତାପ କୁମାର ସାହୁଙ୍କୁ ବଡ଼ବିଲ ପୌରପାଳିକା ଏବଂ ସିଲ୍ଲ ସତ୍ୟନାରାୟଣଙ୍କୁ ଚୌଦ୍ଵାର ପୌରପାଳିକାକୁ ବଦଳି କରାଯାଇଛି।
ଅନ୍ୟପକ୍ଷରେ, ସହକାରୀ ଯନ୍ତ୍ରୀ ସଂଗ୍ରାମ ମହାରିଙ୍କୁ ପିପିଲି ଏନଏସି ଏବଂ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କୁ ବାଲୁଗାଁ ଏନ୍ଏସିକୁ ପଠାଯାଇଛି। ସେହିପରି କନିଷ୍ଠ ଯନ୍ତ୍ରୀ ମମତା ରାଉତଙ୍କୁ କଟକ ମହାନଗର ନିଗମ ଏବଂ ଶୁଭ୍ରାଂଶୁ ଶେଖର ଦାସଙ୍କୁ ନିମାପଡ଼ା ଏନ୍ଏସିକୁ ବଦଳି କରାଯାଇଛି।
ଯନ୍ତ୍ରୀଙ୍କ ବଦଳି ବ୍ୟତୀତ ଗତ ମେ ମାସ ୨୬ ତାରିଖରେ ହୋଇଥିବା ବରିଷ୍ଠ ଓ କନିଷ୍ଠ କିରାଣିଙ୍କ ବଦଳି ନିର୍ଦ୍ଦେଶରେ ବିଭାଗ କିଛି ଆଂଶିକ ପରିବର୍ତ୍ତନ ଓ ସଂଶୋଧନ କରିଛି। ଏହି ସଂଶୋଧିତ ତାଲିକା ଅନୁଯାୟୀ, ବିଏମ୍ସିର ବରିଷ୍ଠ କିରାଣି ସନ୍ତୋଷ କୁମାର ମହାନ୍ତିଙ୍କ ପୂର୍ବ ବଦଳି ଆଦେଶ (ଜଗତସିଂହପୁର) କୁ ବାତିଲ କରାଯାଇ ଜଟଣୀ ପୌରପାଳିକାକୁ ପଠାଯାଇଛି। ଅରୁଣ କୁମାର ବିଶ୍ଵାଳଙ୍କ ପଟ୍ଟାମୁଣ୍ଡାଇ ବଦଳି ବାତିଲ ହୋଇ କଟକ ମହାନଗର ନିଗମ ଏବଂ ସୁଧାଂଶୁ ଶେଖର ମାଝୀଙ୍କ ରଣପୁର ବଦଳି ବାତିଲ କରାଯାଇ ତାଙ୍କୁ ମଧ୍ୟ କଟକ ମହାନଗର ନିଗମ ଦାୟିତ୍ୱ ଦିଆଯାଇଛି।
ସେହିପରି ସୁଡ଼ାରେ ଥିବା ବରିଷ୍ଠ କିରାଣି ରସାନ୍ତ କୁମାର ନାୟକଙ୍କୁ ଜଗତସିଂହପୁର ବଦଳରେ ବିଏମ୍ସିକୁ ଏବଂ ବିଏମ୍ସିରେ ଥିବା ବିଶ୍ଵରଂଜନ ନାୟକଙ୍କୁ ସମ୍ବଲପୁର ବଦଳରେ ସୁଡ଼ାକୁ ବଦଳି କରାଯାଇଛି। ଏଥିସହିତ ବିଏମ୍ସିର କନିଷ୍ଠ କିରାଣି ବିମନ କୁମାର ଦଳାଇଙ୍କ ବାଙ୍କିରୁ ଆଠଗଡ଼ ବଦଳି ଆଦେଶକୁ ସଂଶୋଧନ କରାଯାଇ ତାଙ୍କୁ ପୁନର୍ବାର ବିଏମ୍ସିକୁ ବଦଳି କରାଯାଇଛି। ସହରାଞ୍ଚଳ ଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବଡ଼ ଅଦଳବଦଳ ହୋଇଥିବା ଜଣା