ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଉଥିବା ବେଳେ ଆଜି ସମଗ୍ର ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ଯାଏ ଏହି ରାଷ୍ଟ୍ରୀୟ ପର୍ବକୁ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ଥରୀୟ ଗଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ଏହି ମାର୍ଗକୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋଗ ଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବେ ଓ ପତାକା ଉତ୍ତୋଳନ କରିବେ। ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ପରେଡର ନେତୃତ୍ୱ ନେବେ ଆଇପିଏସ ଅଫିସର ଏ.ବି.ଶିଳ୍ପା।
ଏହି ପରିପ୍ରେକ୍ଷୀରେ ଓଡିଶା ପୋଲିସ ସହ ଆଇଟିବିପି, ସିଆରପିଏଫ, ଅଗ୍ନିଶମ ବିଭାଗ, ଆରପିଏଫ, ଓଡିଶା ହୋମଗାର୍ଡ଼, ଓଏସଏପି, ଏପିଆର, ଓଆଇଏସଏଫ, ଟ୍ରାଫିକ ପୋଲିସ ବିଭାଗ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ, ସିଭିଲ ଡିଫେନ୍ସ ସମେତ ରାଜ୍ୟ ସ୍କାଉଟ ଗାଇଡ଼ ଓ ଏନସିସି ଛାତ୍ରଛାତ୍ରୀ ତଥା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଯୋଗ ଦେବେ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ୬୪ କଣ୍ଟିଜେଣ୍ଟ ସମେତ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ ଏବଂ ଡେୟାର ଡେଭିଲସ ଅଂଶଗ୍ରହଣ କରୁଥିବା ବେଳେ ଏବର୍ଷର ମୁଖ୍ୟ ଆକର୍ଷଣ ରହିଛି ପୁରୀର ସାହିଯାତ। ପ୍ରଥମ ଥର ପାଇଁ ଏହା ସାମିଲ ହୋଇଛି। ତେବେ ପଡୋଶୀ ରାଜ୍ୟ ସହ ଉତ୍ତମ ସମନ୍ଵୟ ରକ୍ଷା କରିବା ପାଇଁ ଝାଡ଼ଖଣ୍ଡ ପୋଲିସ ମଧ୍ୟ ଏହି ପରେଡରେ ଯୋଗ ଦେବେ।
ଅଧିକ ପଢନ୍ତୁ : ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ