୨୦୦ ବର୍ଷର ସଂଘର୍ଷ ପରେ ୧୯୪୭ମସିହା ଅଗଷ୍ଟ ୧୫ରେ ଭାରତ ଇଂରେଜ ଶାସନରୁ ମୁକୁଳିତ ହୋଇ ସ୍ୱାଧୀନ ହେଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ସ୍ୱାଧୀନତା ଆନ୍ଦୋଳନ ଫଳରେ ଏକ ସ୍ୱାଧୀନ ଭାରତ ଗଠନ ହେଲା । ଇଂଲଣ୍ଡ ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ, ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିଶ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ଥାନରେ ବିଭକ୍ତ ହୋଇ କମନୱେଲଥ ନେସନରେ ପରିଣତ ହେଲା । ୧୯୪୭ ମସିହା ଅଗଷ୍ଟ ୧୫ଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ ଓ ମାଉଣ୍ଟ ବ୍ୟ।ଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହାଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଅନୁଭବ ହେଲା ଯେ ଭାରତର ନିଜସ୍ୱ ଏକ ସାମ୍ବିଧାନିକ ବ୍ୟବସ୍ଥା ରହିବା ନିହାତି ଅନିବାର୍ଯ୍ୟ।
ଏଥିପାଇଁ ଏକ ସମ୍ବିଧାନ ପ୍ରଣୟନ ସଂସ୍ଥା ଗଠନ କରି ଏହାର ନେତୃତ୍ୱ ନେଇଥିଲେ ରାଷ୍ଟ୍ରନାୟକ ଡ଼କ୍ଟର ବି. ଆର. ଆମ୍ବେଦକର। ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ। ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ। ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥା ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଆମେ ୧୯୪୭ ମସିହା ଅଗଷ୍ଟ ୧୫ରେ ସ୍ୱାଧୀନ ହେଇଥିଲୁ ସତ ହେଲେ ଦୀର୍ଘ ୩ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଆମେ ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ପରିଣତ ହୋଇଥିଲା। ସେଥିପାଇଁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ତଥା ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। 'ଗଣ' ଅର୍ଥାତ ଜନ ସାଧାରଣ ଓ 'ତନ୍ତ୍ର' ଅର୍ଥାତ ଶାସନ। ଭାରତର ଜନ ସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଶାସନ ଖସଡ଼ା ପାଇଁ ସମ୍ବିଧାନ ପ୍ରଣୀତ ହୋଇଥିବାରୁ ଏହି ଦିନଟିକୁ ଭାରତର ଏକ ରାଷ୍ଟ୍ରୀୟ ପର୍ବ ରୂପେ ପାଳନ କରାଯାଏ।
ସମ୍ବିଧାନ ପ୍ରଣୟନ ପାଇଁ ୨୬ ଜାନୁଆରୀ ଚୟନ କରାଯାଇଥିବାର କାରଣ ୧୯୩୦ ମସିହା ଏହି ଦିନରେ ହିଁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ ଘୋଷଣା କରିଥିଲା। ସେଥିଦିନକୁ ମନେ ରଖିବା ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ହିସାବରେ ପାଳନ କରା ଯାଇଥାଏ।
ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।ଭାରତୀୟ ସେନା (ନୌସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି। ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି।
ଅଧିକ ପଢନ୍ତୁ : ୨ ଓଡ଼ିଆଙ୍କୁ ରାଷ୍ଟ୍ରପତି ପଦକ ଓ ୧୫ଙ୍କୁ ସାହାସିକତା ପୁରସ୍କାର