ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଆମ ବସ୍ କଣ୍ଡକରଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଯୁକ୍ତିତର୍କ ହେବା କାରଣରୁ ଯାତ୍ରୀଙ୍କୁ ଚାପୁଡା ମାରିଲେ ‘ଆମ ବସ୍’ କଣ୍ଡକ୍ଟର । ବସ୍ ଭିତରୁ ବାହାରି ଆସି ରାସ୍ତା କଡରେ ଥିବା ବସଷ୍ଟାଣ୍ଡରେ ଚାପୁଡା ମାରିଲେ ।
କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହେବା ପରେ ତାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ୍ ଷ୍ଟପରେ ଏହି ଘଟଣା ଘଟିଛି। OD33AH0166 ନଂ ଥିବା ଆମ ବସ୍ କଣ୍ଡକ୍ଟରଙ୍କ ଦାଦାଗିରି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।