ଭୁବନେଶ୍ୱର: ଆଜିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିବେଶନର ପ୍ରଥମ ଦିନରେ ପ୍ରଥମେ ଦିବଗଂତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଗୃହର ଆସୀନ ସଦସ୍ୟ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ଓ ରାଷ୍ଟମନ୍ତ୍ରୀ ସ୍ୱର୍ଗତ ବିଭୂତି ଭୂଷଣ ମର୍ଦ୍ଦରାଜ, ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକ, ସ୍ୱର୍ଗତ କରେନ୍ଦ୍ର ମାଝୀ, ସ୍ୱର୍ଗତ ନିରଞ୍ଜନ ହେମ୍ବ୍ରମ, ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଭଞ୍ଜ, ସ୍ୱର୍ଗତ ମହମ୍ମଦ ରଫି ଓ ସ୍ୱର୍ଗତ ଲୋକନାଥ ଶବରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଶ୍ଚର୍ଯ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ନିକଟରେ ଅକାଳ ବିୟୋଗ ହୋଇଥିବା ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା କହିଥିଲେ । ଶୋକ ପ୍ରସ୍ତାବକୁ ଦୁଇ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରିଥିଲେ । ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଶ୍ଚର୍ଯ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ନିକଟରେ ଅକାଳ ବିୟୋଗ ହୋଇଥିବା ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା କହିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଦିବଗଂତ ନେତାଙ୍କ ଉଦ୍ଦେଶ୍ୟ ଶୋକ ବାର୍ତ୍ତା ରଖିଥିଲେ । ଏହା ପରେ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା ।
ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଚାଲିବ ଅଧିବେଶନ । ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ଗୋଟିଏ ଦିନ ରବିବାର ଯୋଗୁଁ ଛୁଟି ରହିବ । ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ଅନୁମାନ କରାଯାଉଛି ।