ଜଗତସିଂପୁର: ଗିରଫ ହେଲା ଜାହାଜ। ପାରାଦୀପ ବନ୍ଦର ମଧ୍ୟରେ ଥିବା ଏକ ଜାହାଜକୁ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ। ବ୍ୟବସାୟୀକ ବିବାଦକୁ ନେଇ ୱେଫେଏଣ୍ଟ ପୋର୍ଟ ସର୍ଭିସେସ ଲିମିଟେଡ ପକ୍ଷ୍ୟରୁ ଜାହାଜ ଏମଭି ଡେନସା ଲାଏନ ବିରୋଧରେ ୪୨ କୋଟି ୭୨ ଲକ୍ଷ୍ୟ ୪୨୦ ଟଙ୍କା ସହିତ ଉଚ୍ଚ ନ୍ୟାୟାଳୟ ନିକଟରେ ଜାହାଜକୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ଜାହାଜଟି ବର୍ତ୍ତମାନ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପିଆଇସିଟି ଏକ ନମ୍ବର ବର୍ଥ ମଧ୍ୟରେ ଥିବାବେଳେ ତାକୁ ଗତ କାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଜାହାଜଟିର ପରବର୍ତ୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ପାରାଦୀପ ଛାଡି ଯାଇ ପାରିବ ନାହିଁ ବୋଲି ଜଣାପଡ଼ଛି। କୁଜଙ୍ଗ ସବ ଜଜଙ୍କ ଉପସ୍ଥିତିରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ମେରାଇନ ପୋଲିସ ଯାଇ ଜାହାଜକୁ ଗିରଫ କରିଥିବା ଜଣାପଡିଛି।