ଚାଲିଛି ନବରାତ୍ରୀ । ସବୁଆଡେ ଭାବ ଓ ଭକ୍ତିମୟ ପରିବେଶ । ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ହେଉଛି ପବିତ୍ର ଦୁର୍ଗାଷ୍ଟମୀ ତଥା ନବରାତ୍ରିର ଅଷ୍ଟମ ଦିନ । ଏହି ଦିନକୁ ମା ଦୂର୍ଗାଙ୍କୁ ଭକ୍ତି ଓ ସମ୍ମାନ ଜଣେଇବାକୁ ପାଳନ କରାଯାଇଥାଏ ।
ପରମ୍ପରା ଅନୁଯାୟୀ ଏହି ଦିନଟିକୁ ବିବାହିତ ମହିଳାମାନେ ମା ଦୁର୍ଗାଙ୍କୁ ମହାଗୌରୀ ରୂପେ ପୂଜା କରିଥାନ୍ତି । ନିଜର ସୌଭାଗ୍ୟପାଇଁ ଏହି ଦୁର୍ଗାଷ୍ଟମୀ ବ୍ରତ ପାଳନ କରନ୍ତି । ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ଓ ସୁଖ ସମୃଦ୍ଧି ପାଇଁ ମା' ଦୁର୍ଗାଙ୍କ ନିକଟରେ ଶଙ୍ଖା ସିନ୍ଦୁର ପୂଜାକରନ୍ତି । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ଗାଁ ଠାରୁ ପୁରପଲ୍ଲୀ । ଶକ୍ତିପୀଠରେ ଆଜି ମହାନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଆଜି ଅଷ୍ଟମୀ ପୂଜା ଚାଲିଛି । ସବୁଠି ପୂଜାର ମାହୋଲ । ସବୁ ପୀଠରେ ଯେମିତି ଭକ୍ତିର ପରିବେଶ, ସେମିତି ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉତ୍ସାହ । ଆଜି ମଣ୍ଡପରେ ଅଷ୍ଟମୀ ପୂଜା ଓ ଶକ୍ତିପୀଠରେ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଏ । ନବରାତ୍ରିର ଅଷ୍ଟମୀ ତିଥରେ ମା’ ଗୌରୀଙ୍କୁ ପୂଜା କରାଯାଇଥାଏ। ଭବବାନ ଶିବଙ୍କୁ ପ୍ରାପ୍ତ କରିବା ପାଇଁ ଦେବୀ ମା’ ମହାଗୌରୀ ବହୁ କଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ଶରୀର ପୂରା କଳା ରଙ୍ଗ ପଡ଼ି ଯାଇଥିଲା । ତେବେ ଭଗବାନ ଶିବଙ୍କ ଦର୍ଶନ ଓ କୃପା ଦୃଷ୍ଟି ମା’ ଗୌରୀଙ୍କ ଉପରେ ପଡ଼ିବାରୁ ତାଙ୍କ ଶରୀର ଗୌରବଣ୍ଣ ଧାରଣ କଲା । ଏହା ସହ ତାଙ୍କ ନାଁ ଗୌରୀ ହେଲା । ଏପଟେ ପୂଜା ପାଇଁ ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ରାଜଧାନୀ ଭୁବନେଶ୍ୱର ।
ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ରାତି ୧୨ଟା ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାସହ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ ହୋଇଛି ।
ଆଗକୁ ପଢନ୍ତୁ :- ଆଜି ମଣ୍ଡପରେ ସପ୍ତମୀ ଓ ପୀଠରେ ମା'ଙ୍କର ଅଷ୍ଟମୀ ପୂଜା