ଆସନ୍ତାକାଲି ପୂଜା ପାଇବେ ମା କାଳୀ । ଧରାପୃଷ୍ଠକୁ ଧରାବତରଣ କରିବେ ମା କାଳୀ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସାରିଲାଣି । ମା’ ମହାକାଳୀଙ୍କୁ ଆବାହନ ପାଇଁ ସଜେଇ ହେଉଛି ଦେବୀ ପୀଠ। ସ୍ବତନ୍ତ୍ର ପୂଜା ସହ ମା’ଙ୍କୁ ମହାକାଳୀ ବେଶରେ ଦର୍ଶନ କରି ଆଶିଷ ଲଭିବା ପାଇଁ ଶ୍ରଦ୍ଧାଳୁମାନେ ଉତ୍ସାହିତ ଅଛନ୍ତି । ଏହାସହ ମା ଦକ୍ଷିଣ କାଳୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି । ଦାନବମାନଙ୍କ ସଂହାର ପାଇଁ ମା ପାର୍ବତୀ କାଳୀ ରୂପ ଧାରଣ କରିଥିଲେ । ପ୍ରତିବର୍ଷ ଦୀପାବଳି ଦିନ ଧରାପୃଷ୍ଠରେ ମାଙ୍କ ପୂଜା କରାଯାଏ ।
କାଳୀ ପୂଜା ପାଇଁ ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସହରରରେ ସମସ୍ତ ଦେବୀ ପୀଠ ଓ ପୂଜାମଣ୍ଡପ ଆଲୋକମାଳାରେ ସଜେଇ ହୋଇଛି । ଏହାରି ଭିତରେ ରାଜଧାନୀରେ ବରମୁଣ୍ଡା କାଳୀ ମନ୍ଦିର, ସତ୍ୟନଗର କାଳୀ ମନ୍ଦିର, ଗଜପତି ନଗର ଦକ୍ଷିଣକାଳୀ ମନ୍ଦିର, ଆନନ୍ଦବଜାର କାଳୀମନ୍ଦିର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରତିବର୍ଷ ମା’ କାଳୀ ପୂଜା ପାଉଥିବା ବେଳେ ଏଥର ମଧ୍ୟ ଏହି ସ୍ଥାନଗୁଡ଼ିକରେ ପୂଜା ପାଇବେ ମା’।
ଏହାସହ କାଳୀପୂଜା କିପରି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ବିଭିନ୍ନ ପୂଜାମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଭକ୍ତମାନଙ୍କ ଗହଳିକୁ ନିୟନ୍ତ୍ରଣ କରାଯିବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୁଲିସ କର୍ମଚାରୀ ଉପସ୍ଥିତ ରହିବେ। ବିଭିନ୍ନ ପୂଜା ମଣ୍ଡପ ପରିସରରେ ଫୁଡଷ୍ଟଲ ସାଙ୍ଗକୁ ମୀନାବଜାର, ରାମଦୋଳିର ମଜା ନେବେ ଶ୍ରଦ୍ଧାଳୁ।
ଅଧିକ ପଢନ୍ତୁ :କାହିଁକି ପାଳନ କରାଯାଏ ଧନତେରାସ ?